ଡିସେମ୍ବର ଶେଷ ସୁଦ୍ଧା ପ୍ରସ୍ତୁତ ହେବ 10କୋଟି କରୋନା ଟିକା

ଡିସେମ୍ବର ମାସ ଶେଷ ସୁଦ୍ଧା 10 କୋଟି କରୋନା ଟିକା ପ୍ରସ୍ତୁତ ହେବ | ଟିକା ବ୍ୟବହାର ପାଇଁ ଅନୁମତି ମିଳିଲେ ଡିସେମ୍ବରରେ ଏହି ଟିକା ଭାରତରେ ଉପଲବ୍ଧ ହେବ ବୋଲି ବିଶ୍ୱର ସବୁଠାରୁ ବଡ଼ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଘୋଷଣା କରିଛି | ଅକ୍ସଫୋର୍ଡ ବିଦ୍ୟାଳୟ ଓ ଆଷ୍ଟ୍ରୋଜେନେକା ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛନ୍ତି |

ନୂଆଦିଲ୍ଲୀ : ଡିସେମ୍ବର ମାସ ଶେଷ ସୁଦ୍ଧା 10 କୋଟି କରୋନା ଟିକା ପ୍ରସ୍ତୁତ ହେବ | ଟିକା ବ୍ୟବହାର ପାଇଁ ଅନୁମତି ମିଳିଲେ ଡିସେମ୍ବରରେ ଏହି ଟିକା ଭାରତରେ ଉପଲବ୍ଧ ହେବ ବୋଲି ବିଶ୍ୱର ସବୁଠାରୁ ବଡ଼ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଘୋଷଣା କରିଛି | ଅକ୍ସଫୋର୍ଡ ବିଦ୍ୟାଳୟ ଓ ଆଷ୍ଟ୍ରୋଜେନେକା ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛନ୍ତି |

ସେରମ୍ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଭାରତରେ କରିବାକୁ ଯାଉଛି | ଏଥିଲାଗି ସ୍ୱେଚ୍ଛାସେବୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି | ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଇ, କରୋନା ଭୂତାଣୁ ଠାରୁ ସୁରକ୍ଷା ଦେଉଥିବା ଦର୍ଶାଇଲେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଡିସେମ୍ବର ସୁଦ୍ଧା ୧୦କୋଟି ଟିକା ଯୋଗାଇ ପାରିବ | ଟିକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ ନୂଆଦିଲ୍ଲୀରୁ ଏକ ବିଲିୟନ ଟିକା ଉତ୍ପାଦନ ପାଇଁ ଜରୁରୀକାଳୀନ ଅନୁମତି ମିଳିପାରେ ବୋଲି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା କହିଛନ୍ତି |

Corona-Vaccine

କରୋନା ଟିକାର ପ୍ରାୟ ୧୦୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ମିଳିଛି | ସେରମ୍ ପ୍ରସ୍ତୁତ କରିବା ଟିକାର ୫୦ ପ୍ରତିଶତ ଭାରତକୁ ମିଳିବ |

ଏଥିସହିତ ରୁଷିଆ ଟିକା ସ୍ପୁଟନିକ୍-ଭି କୁ ନେଇ ଏକ ଉତ୍ସାହଜନକ ଖବର ଆସିଛି | ସ୍ପୁଟନିକ୍-ଭି ଭ୍ୟାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ହାଇଦ୍ରାବାଦସ୍ଥିତ ଡକ୍ଟର ରେଡିସ୍ ଲାବୋରେଟୋରିଜ କୁ ଅନୁମତି ମିଳିବା ପରେ ରୁଷିଆ ଭ୍ୟାକ୍ସିନ ଭାରତରେ ପହଞ୍ଚିଥିବା ଜଣା ପଡ଼ିଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+