ଆଜିଠାରୁ ଦେଶରେ କରୋନାଟିକାର ଡ୍ରାଏ ରନ୍ ; ଜାଣନ୍ତୁ, କ'ଣ ରହିଛି ପ୍ରସ୍ତୁତି

ଦେଶର ପ୍ରତ୍ୟେକ ରାଜ୍ୟରେ ଆଜିଠାରୁ କରୋନା ଟିକା ଡ୍ରାଏ ରନ୍ ଆରମ୍ଭ ହୋଇଛି । ପ୍ରତ୍ୟେକ ରାଜ୍ୟର ଦୁଇଟି ପ୍ରମୁଖ ସହରରେ ଏହି ଡ୍ରାଏ ରନ୍ କରାଯାଉଛି ।

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ରାଜ୍ୟରେ ଆଜିଠାରୁ କରୋନା ଟିକା ଡ୍ରାଏ ରନ୍ ଆରମ୍ଭ ହୋଇଛି । ପ୍ରତ୍ୟେକ ରାଜ୍ୟର ଦୁଇଟି ପ୍ରମୁଖ ସହରରେ ଏହି ଡ୍ରାଏ ରନ୍ କରାଯାଉଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 259 ଟି ସ୍ଥାନରେ 116 ଟି ଜିଲ୍ଲାରେ କୋଭିଡ -19 ଟିକାର ଡ୍ରାଏ ରନ୍ କରାଯାଉଛି । ପ୍ରତ୍ୟେକ ରାଜ୍ୟରେ ଆରମ୍ଭ ହେବାକୁ ଥିବା ଡ୍ରାଏ ରନ୍ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି । ଯେଉଁଥିରେ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଏଥିପାଇଁ ସରକାର ବିଭିନ୍ନ ଟିମ୍ ଗଠନ କରିଛନ୍ତି । ଡ୍ରାଏ ରନ୍ ର ପ୍ରସ୍ତୁତି ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ରହିଛି ।

Corona-Vaccine

ଡ୍ରାଏ ରନର ସମୀକ୍ଷା କରିବାକୁ ଦିଲ୍ଲୀରେ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଶନିବାର ଦିନ ଦିଲ୍ଲୀର ଗୁରୁ ତେଗ ବାହାଦୁର ଡାକ୍ତରଖାନା ପରିଦର୍ଶନ କରି ଡ୍ରାଏ ରନର ସମୀକ୍ଷା କରିଛନ୍ତି । ଏଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ମୁଁ ଦେଶବାସୀଙ୍କୁ ନିବେଦନ କରୁଛି ଯେ କୌଣସି ଭୁଲ କଥା କିମ୍ବା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଭାରତ ସରକାର ଦେଶର ଲୋକଙ୍କୁ କରୋନା ଜୀବାଣୁରୁ ରକ୍ଷା କରିବାକୁ ଚାହୁଁଛନ୍ତି, ଟିକା ବିକାଶ ମଧ୍ୟ ଏହି ପ୍ରକ୍ରିୟାର ଏକ ଅଂଶ ।

ଏହି ଡ୍ରାଏ ରନ୍ ଉପରେ ଆଧାର କରି ସାରା ଦେଶରେ କରୋନା ଟୀକାକରଣ ଅଭିଯାନକୁ କାର୍ଯ୍ୟକ୍ରା କରାଯିବ । ଯଦିଓ ଡ୍ରାଏ ରନ୍ ସମୟରେ କରୋନା ଟିକା ବ୍ୟବହାର କରାଯିବ ନାହିଁ । ସରକାର ଟୀକାକରଣ ପାଇଁ ପ୍ରସ୍ତୁତ କରିଥିବ ଯୋଜନାର ରୂପରେଖରେ କୌଣସି ତ୍ରୁଟି ରହିଛି କି ନାହିଁ ତାହା ପରୀକ୍ଷା କରିବା ନେଇ ଏହି ଡ୍ରାଏ ରନର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ସରକାର କୋ-ୱିନ୍ ଆପ୍ ମାଧ୍ୟମରେ ରିଅଲ୍ ଟାଇମ୍ ମନିଟରିଂ ପରୀକ୍ଷା କରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର 4 ଟି ରାଜ୍ୟରେ ଡ୍ରାଏ ରନ୍ କରାଯାଇଛି

ଦେଶର ଆସାମ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବରେ ଡ୍ରାଏ ରନ୍ କରାଯାଇଛି । ଏଥିରୁ ଫଳାଫଳ ସକରାତ୍ମକ ରହିଥିବା ଜଣାପଡ଼ିଛି । ତେଣୁ ସମଗ୍ର ରାଜ୍ୟରେ ଏହି ଡ୍ରାଏ ରନ୍ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି, ଯାହାକି ଏହି ସମଗ୍ର ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବ।

ଏହି ପ୍ରକ୍ରିୟା ମାଧ୍ୟମରେ କରୋନା ଟିକାର ଶୀତଳ ଭଣ୍ଡାର, ଟିକା ସ୍ଥାନରେ ଭିଡ଼ ପରିଚାଳନା, ସାମାଜିକ ଦୂରତା, କୋଭିଡ -19 ଟୀକାକରଣ ନେଇ ସମସ୍ତ ପ୍ରସ୍ତୁତି କରାଯିବ ।

କିପରି ରହିଛି ପ୍ରସ୍ତୁତି

  • ଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାଭାଇରସ ଟୀକାକରଣ ପାଇଁ ତିନୋଟି ସ୍ଥାନ ଚୟନ କରାଯାଇଛି । ଯେଉଁଥିରେ ଦରିଆଗଞ୍ଜର ସହରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାହାଦର ଗୁରୁ ତେଗ ବାହାଦୂର ହସ୍ପିଟାଲ ଏବଂ ଦ୍ୱାରକାସ୍ଥିତ ଭେଙ୍କଟେଶ୍ୱରା ହସ୍ପିଟାଲ ରହିଛି। ଏହି ତିନୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଡ୍ରାଏ ରନ୍ କରାଯାଉଛି ।
  • ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ତିନୋଟି ଜିଲ୍ଲାର 9 ଟି ଡାକ୍ତରଖାନାରେ ଡ୍ରାଏ ରନ୍ ଜାରି ରହିଛି । ଏହି କାର୍ଯ୍ୟକ୍ରମ କାଶ୍ମୀର ଉପତ୍ୟକାର ଶ୍ରୀନଗର ଏବଂ କୁଲଗାମ ଜିଲ୍ଲା ଏବଂ ଜାମ୍ମୁ ଜିଲ୍ଲାରେ ଅନୁଷ୍ଠିତ ହେବ । ଏହି ସମୟ ମଧ୍ୟରେ କରୋନା ଟୀକାକରଣ ପାଇଁ କେନ୍ଦ୍ରଶାସିତ ଅଞ୍ଚଳ କେତେ ପ୍ରସ୍ତୁତ ତାହା ମଧ୍ୟ ନିରୀକ୍ଷଣ କରାଯିବ ।
  • ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର 6ଟି ସ୍ଥାନରେ ଡ୍ରାଏ ରନ୍ ଆୟୋଜନ କରାଯାଇଛି । ଯେଉଁଥିରେ ଲକ୍ଷ୍ନୌରେ ସାହାରା ହସ୍ପିଟାଲ, ଆରଏମଏଲ ହସ୍ପିଟାଲ, କେଜିଏମୟୁ ଏବଂ ଏସଜିପିଜିଆଇ ହସ୍ପିଟାଲକୁ ସାମିଲ କରାଯାଇଛି । ଏହି ଡ୍ରାଏ ରନ୍ ସକାଳ 9 ଟାରୁ ସଂନ୍ଧ୍ୟା 4 ଟା ପର୍ଯ୍ୟନ୍ତ ହେବ | ପ୍ରତିଦିନ 100 ଟୀକାକରଣର ଲକ୍ଷ୍ୟ ନେଇ ଏହି ପ୍ରକ୍ରୟା ଜାରି ରହିବ ।
  • ବିହାର : ବିହାରର ପାଟନା, ବେତିୟା ଏବଂ ଜାମୁଇରେ କରୋନାଟିକାର ଡ୍ରାଏ ରନ୍ କରାଯାଉଛି । ପ୍ରତ୍ୟେକ ସ୍ଥାନରେ 25ଜଣ ସ୍ୱାସ୍ଥ୍ୟ କର୍ମଚାରୀ ରହିବା ନେଇ ପ୍ରସ୍ତୁତି କରାଯାଇଛି ।
  • ଝାରଖଣ୍ଡ : ଝାରଖଣ୍ଡର 5 ଟି ଜିଲ୍ଲାରେ ଏହି ଡ୍ରାଏ ରନ୍ ଆୟୋଜନ କରାଯିବ । ରାଜ୍ୟର ପାଲାମୁ, ପାକୁଡ଼, ରାଞ୍ଚି, ପୂର୍ବ ସିଂହଭୁମ୍ ଏବଂ ଚତରା ଆଦି ସ୍ଥାନ ଗୁଡ଼ିକୁ ଚୟନ କରାଯାଇଛି । ଟୀକାକରଣ ଅଭିଯାନ ପାଇଁ 7 ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯାଇଛି ।
  • କର୍ଣ୍ଣାଟକ : କର୍ଣ୍ଣାଟକର 5 ଟି ଜିଲ୍ଲାରେ ମଧ୍ୟ ଡ୍ରାଏ ରନ୍ ଆରମ୍ଭ ହୋଇଛି । ପ୍ରତ୍ୟେକ ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ଏହି ପ୍ରକ୍ରିୟା ଜାରି ରହିବ । ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ସ୍ତରରେ ଗୋଟିଏ, ଏବଂ ବ୍ଲକସ୍ତରରେ ଏବଂ ଗୋଟିଏ ପିଏଚସି ସ୍ତରରେ ଏହି ଡ୍ରାଏ ରନ୍ କରାଯିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+