ଆଜିଠାରୁ 15-18 ବର୍ଷର ପିଲାମାନଙ୍କୁ କରୋନା ଟିକା
ଦେଶରେ କରୋନା ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅନେକ ସହରରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ର ମାମଲା ରିପୋର୍ଟ ହୋଇଛି । ଏହି ସମୟ ମଧ୍ୟରେ, ଦେଶରେ 15-18 ବର୍ଷର ପିଲାମାନଙ୍କ ପାଇଁ ଟୀକାକରଣ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି ।
ନୂଆଦିଲ୍ଲୀ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅନେକ ସହରରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ର ମାମଲା ରିପୋର୍ଟ ହୋଇଛି । ଏହି ସମୟ ମଧ୍ୟରେ, ଦେଶରେ 15-18 ବର୍ଷର ପିଲାମାନଙ୍କ ପାଇଁ ଟୀକାକରଣ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି । ସରକାରଙ୍କ କୋୱିନ୍ ପୋର୍ଟାଲରେ ବର୍ତ୍ତମାନ ସୁଦ୍ଧା 7.65 ଲକ୍ଷ ପିଲା ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି । ଏହି ପିଲାମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ । ବହୁ ସଂଖ୍ୟକ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ଟୀକାକରଣ ପାଇଁ କେନ୍ଦ୍ର ସ୍ଥାପନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କେବଳ କୋଭାକ୍ସିନ୍ ପିଲାମାନଙ୍କୁ ଦିଆଯିବ ଏବଂ ଏହି ଟିକା ପ୍ରତ୍ୟେକ ରାଜ୍ୟର ପିଲାମାନଙ୍କ ପାଇଁ ପଠାଯାଇଛି ।

ଆପଣଙ୍କୁ କହି ରଖୁଛୁ ନିକଟରେ ଦେଶକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଜାନୁୟାରୀ 3 ରୁ 15-18 ବର୍ଷର ପିଲାମାନେ କରୋନା ଟିକା ପାଇବେ । ଏଥିସହ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବରିଷ୍ଠ ନାଗରିକ ଯେଉଁମାନେ କରୋନା ଠାରୁ ଅଧିକ ବିପଦରେ ଅଛନ୍ତି ସେମାନଙ୍କୁ ତୃତୀୟ ଡୋଜ୍ ଦିଆଯିବ । ଏହି ଲୋକଙ୍କୁ ଜାନୁଆରୀ 10 ରୁ କରୋନାର ତୃତୀୟ ଡୋଜ୍ ଦିଆଯିବ । ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓମିକ୍ରନ୍ ଭାରିଆଣ୍ଟ ହେଉଛି ଦ୍ରୁତ ଗତିରେ ବିସ୍ତାରିତ କରୋନାର ଏକ ଭାରିଆଣ୍ଟ, ଯାହା ସମଗ୍ର ବିଶ୍ୱକୁ କାବୁ କରିଛ । ଏହି ଭାରିଆଣ୍ଟ ବର୍ତ୍ତମାନ ସମଗ୍ର ୟୁରୋପ, ଆମେରିକାରେ ହଇଚଇ ସୃଷ୍ଟି କରିଛି ଏବଂ ବହୁତ ଦ୍ରୁତ ଗତିରେ ବିସ୍ତାର ହେଉଛି ।
ବାସ୍ତବରେ ଦେଶରେ ସ୍କୁଲ ଏବଂ କଲେଜ ଖୋଲାଯାଇଛି । ଯେଉଁଥିପାଇଁ ବହୁ ସଂଖ୍ୟକ ପିଲା ଏହି ସଂକ୍ରମଣର ବିପଦରେ ଅଛନ୍ତି । ଅନେକ ସଂକ୍ରମଣ ମାମଲା ସ୍କୁଲ ଏବଂ ହଷ୍ଟେଲରେ ମଧ୍ୟ ରିପୋର୍ଟ କରାଯାଇଛି । ତଥାପି ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଏହି ସମୟରେ, ଭାରତ ସରକାର କୋରବାଭାକ୍ସ ଏବଂ କୋଭୋଭାକ୍ସ ନାମକ ଦୁଇଟି ନୂତନ କରୋନା ଟିକା ଅନୁମୋଦନ କରିଛନ୍ତି । ଏହି ଟୀକା ଲୋକମାନଙ୍କୁ ବୁଷ୍ଟର ଡୋଜ ଭାବରେ ଦିଆଯିବ । ସୂଚନାନୁସାରେ, ଏହି ନୂତନ ଟିକା ପିଲାମାନଙ୍କୁ ମଧ୍ୟ ଦିଆଯାଇପାରିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications