Corona Vaccination : ବୃଦ୍ଧ ଓ ରୋଗୀଙ୍କୁ ମାର୍ଚ୍ଚ ପହିଲାରୁ ହେବ କରୋନା ଟୀକାକରଣ
2021 ମାର୍ଚ୍ଚ 1 ତାରିଖରୁ 60 ବର୍ଷରୁ ଉର୍ଦ୍ଧ୍ୱ 10 କୋଟିରୁ ଅଧିକ ଲୋକଙ୍କୁ ଏବଂ ଅନ୍ୟ ରୋଗରେ ପୀଡ଼ିତ 45 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟୀକାକରଣ କରାଯିବ ।
ନୂଆଦିଲ୍ଲୀ : କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦେଶରେ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ବର୍ତ୍ତମାନ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି । ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କ ପରେ, ଆସନ୍ତା ମାସରେ, ସାଧାରଣ ଜନତାଙ୍କୁ କୋଭିଡ -19 ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର କହିଛନ୍ତି ଯେ, 2021 ମାର୍ଚ୍ଚ 1 ତାରିଖରୁ 60 ବର୍ଷରୁ ଉର୍ଦ୍ଧ୍ୱ 10 କୋଟିରୁ ଅଧିକ ଲୋକଙ୍କୁ ଏବଂ ଅନ୍ୟ ରୋଗରେ ପୀଡ଼ିତ 45 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟୀକାକରଣ କରାଯିବ ।

ପ୍ରକାଶ ଜାଭେଦକର ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ବୃଦ୍ଧ ଓ ଅସୁସ୍ଥ ଲୋକଙ୍କୁ କରୋନା ଟୀକାକରଣ କରିବା ପାଇଁ 10 ହଜାର ସରକାରୀ କେନ୍ଦ୍ର ଏବଂ 20 ହଜାରରୁ ଅଧିକ ଘରୋଇ ଡାକ୍ତରଖାନା ନିୟୋଜିତ ହେବ । ଯେଉଁମାନେ 10 ହଜାର ସରକାରୀ କେନ୍ଦ୍ରରେ ଟୀକାକରଣ କରିବେ ସେମାନଙ୍କୁ ମାଗଣା ଟିକା ମିଳିବ ଏବଂ ଯେଉଁମାନେ ଘରୋଇ ଡାକ୍ତରଖାନାରେ ଟୀକା ନେବେ ସେମାନଙ୍କୁ ଦେୟ ଦେବାକୁ ପଡିବ । ଏହି ଶୁଳ୍କ ବାବଦରେ 2-3 ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
From March 1, people above 60 years of age and those above 45 years of age with comorbidities will be vaccinated at 10,000 govt & over 20,000 private vaccination centres. The vaccine will be given free of cost at govt centres: Union Minister Prakash Javadekar#COVID19 pic.twitter.com/Rxhkkk8eSC
— ANI (@ANI) February 24, 2021
ଉଲ୍ଲେଖନୀୟ କଥା ହେଉଛି, ମହାରାଷ୍ଟ୍ର, କେରଳ, ପଞ୍ଜାବ ସମେତ ଅନେକ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଭାବେ ସଂକ୍ରମିତଙ୍କ ବୃଦ୍ଧି ସରକାରଙ୍କ ଚିନ୍ତା ବଢାଇଦେଇଛି । ଏନେଇ ମହାରାଷ୍ଟ୍ର ଏବଂ କେରଳରେ ସତର୍କତାମୂଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହି ସମୟରେ ଦେଶରେ ଟୀକାକରଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି । ବର୍ତ୍ତମାନ କୋଭିଡ -19 ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଦିଆଯାଉଛି । ମାର୍ଚ୍ଚ 1 ତାରିଖରୁ ସାରା ଦେଶରେ ବୃଦ୍ଧ ଓ ଅସୁସ୍ଥ ଲୋକଙ୍କୁ ଟୀକା ଯୋଗାଇବା ପାଇଁ ଏକ ଅଭିଯାନ ଆରମ୍ଭ ହେବ । ଏହା ଦ୍ୱାରା କରୋନା ମାମଲା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 1 କୋଟି 14ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି ।












Click it and Unblock the Notifications