Covid-19 Vaccine : ଜାନୁଆରୀ 16 ରୁ ଟୀକାକରଣ ଅଭିଯାନ ଆରମ୍ଭ ହେବ
ଜାନୁଆରୀ 16 ତାରିଖରୁ କୋରନା ଭାଇରସ୍ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ସରକାର ଶନିବାର ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ ।
ନୂଆଦିଲ୍ଲୀ : କରୋନା ଭାଇରସ ଟୀକାକରଣ ନେଇ ପ୍ରତୀକ୍ଷାର ଅନ୍ତ ଘଟିଛି । ଜାନୁଆରୀ 16 ତାରିଖରୁ କୋରନା ଭାଇରସ୍ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ସରକାର ଶନିବାର ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ । ପ୍ରାୟ 3 କୋଟି କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ଆକଳନ କରାଯାଇଛି । ଏହାପରେ 50 ବର୍ଷରୁ ଅଧିକ ଲୋକଙ୍କୁ ଏବଂ ଗମ୍ଭୀର ରୋଗରେ ପୀଡ଼ିତ 50 ବର୍ଷରୁ କମ୍ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବା ନେଇ ସରକାର ସୂଚନା ଦେଇଛନ୍ତି । ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ର ଜରୁରୀକାଳୀନ ଅନୁମୋଦନ ପରେ ଭାରତ ସରକାର ଟୀକାକରଣ ଡ୍ରାଇଭ୍ ନେଇ ଘୋଷଣା କରିଛନ୍ତି । ସାରା ଦେଶରେ ପ୍ରାୟ 27କୋଟି ଲୋକଙ୍କି ଏହି ପର୍ଯ୍ୟାୟରେ ଟୀକାକରଣ ହେବ ବୋଲି ଆକଳନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ସହ ଏକ ଉଚ୍ଚସ୍ତରୀୟ ବୈଠକର ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି । ଶନିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ କରୋନା ଭାଉରସ୍ ଟୀକାକରଣ ସମ୍ପର୍କରେ ବୈଠକ କରିଛନ୍ତି । ଆଜିର ଏହି ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ କୋଭିଡ୍ ଟୀକାକରଣ ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କ୍ୟାବିନେଟ୍ ସଚିବ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ ନାମକ ଦୁଇଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି । କରୋନା ଭାଇରସ୍ ଟୀକାକରଣ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରସ୍ତୁତି ଜାରିରହିଛି । ଏଥିସହିତ ଟୀକାକରଣକୁ ସଫଳ ରୂପାୟନ କରିବା ପାଇଁ ସାରା ଦେଶରେ ପ୍ରାକ୍-ଟୀକାକରଣ ପ୍ରକ୍ରିୟା ମଧ୍ୟ କରାଯାଉଛି । ଏହା ମଧ୍ୟରେ ଆସନ୍ତା ଜାନୁଆରୀ 11 ତାରିଖରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଟୀକାକରଣ ପ୍ରସ୍ତୁତି ଏବଂ ଏହାର ସଫଳ ରୂପାୟନ ନେଇ ଆଲୋଚନା କରିବେ ।












Click it and Unblock the Notifications