ବଢୁଛି କରୋନା ମାମଲା, ଗତ 24 ଘଣ୍ଟାରେ 243 ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 243 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 185 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3 ହଜାର 609 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।
ନୂଆଦିଲ୍ଲୀ: କରୋନା ଦୈନିକ ସଂକ୍ରମଣ ମାମଲାରେ ଗତ କିଛି ଦିନ ଧରି ହ୍ରାସ ପରେ ବର୍ତ୍ତମାନ ପୁଣି ବୃଦ୍ଧି ହୋଇଛି । ଗତ କିଛି ଦିନ ଧରି ଏଥିରେ କ୍ରମାଗତ ଭାବେ ହ୍ରାସ ଦେଖାଦେଉଥିଲା । ଗତକାଲି ଏଥିରେ ପୁଣି ବୃଦ୍ଧି ହୋଇଛି । ଗତ 2 ଦିନ ଧରି କୌଣସି କରୋନାଜନିତ ମୃତ୍ୟୁ ହୋଇନଥିବା ବେଳେ ଗତ 24 ଘଣ୍ଟାରେ କରୋନା ଜଣେ ରୋଗୀଙ୍କ ପ୍ରାଣ ନେଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 243 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 185 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3 ହଜାର 609 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟରେ ଜଣେ ରୋଗୀ କରୋନା କାଣରୁ ପ୍ରାଣ ହରାଇଛନ୍ତି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 78 ହଜାର 158 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 43 ହଜାର 850 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 699 ରୋଗୀ ପ୍ରାଣ ହରାଇଛନ୍ତି ।
କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 220 କୋଟି 9 ଲକ୍ଷ 14 ହଜାର 546 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 81 ହଜାର 097 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications