ଥମୁନି କରୋନା ଦୈନିକ ସଂକ୍ରମଣ ମାମଲା, 24 ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ 5,357 ରୋଗୀ
ନୂଆଦିଲ୍ଲୀ : ଦୈନିକ କରୋନା ମାମଲାରେ ଗତ କିଛି ଦିନ ହେବ ବୃଦ୍ଧି ହେବାରେ ଲାଗିଛି । ସାରା ଦେଶରେ କରୋନା ମାମଲା ବୃଦ୍ଧି ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଏପରିକି ସକ୍ରିୟ ମାମଲା 32 ହଜାର ପାର୍ ହୋଇଛି । ଯାହାକି ଚିନ୍ତାର କାରଣ ପାଲଟିଛି ।
ବଢୁଥିବା କରୋନା ମାମଲାକୁ ଦୃଷ୍ଚିରେ ରଖି କେତେକ ରାଜ୍ୟରେ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି । ଏପରିକି ଉତ୍ତର ପ୍ରଦେଶରେ ବିଦେଶ ଫେରନ୍ତାଙ୍କ କରୋନା ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 5 ହଜାର 357 ନୂତନ ରୋଗୀ ଚିହ୍ନଚ ହୋଇଛନ୍ତି । ଏଥି ସହିତ ଦେଶରେ ସକ୍ରିୟ ମାମଲା ସଂଖ୍ୟା 32 ହଜାର 814 କୁ ବୃଦ୍ଧି ପାଇଛି ।
ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ 3 ହଜାର 726 ଲୋକ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ କୋଭିଡ 19 ରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା 4,41,92,837 କୁ ବୃଦ୍ଧି ପାଇଛି ।
ଆପଣଙ୍କୁ କହି ରଖୁଛୁ ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ପାଇଁ ମୋଟ 1 ଲକ୍ଷ 09 ହଜାର 378 ନମୁନା ପରୀକ୍ଷା କରାଯାଇଛି । ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 92 କୋଟି 26 ଲକ୍ଷ 13 ହଜାର 516 ନମୁନା ପରୀକ୍ଷା କରାଯାଇଛି । ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ସମୁଦାୟ 220.66 କୋଟି ଡୋଜ୍ କରୋନା ଟିକା ଦିଆଯାଇଛି ।












Click it and Unblock the Notifications