Corona Update : 3 ହଜାରକୁ ଖସିଲା କରୋନା ମାମଲା, ସ୍ଥିର ରହିଛି ମୃତ୍ୟୁ ସଂଖ୍ୟା

ଆଦିଲ୍ଲୀ : ଗତ କିଛି ଦିନ ଧରି ଦୈନିକ କରୋନା ମାମଲାରେ ଅହେତୁକ ବୃଦ୍ଧି ପରେ ଗତ ଦୁଇ ଦିନ ଧରି ଏଥିରେ ହ୍ରାସ ହେବାରେ ଲାଗିଛି । ଗତ କିଛି ଦିନ ହେବ ଦେଶରେ ଦୈନିକ କରୋନା ମାମଲାରେ ବୃଦ୍ଧି ହୋଇଆସୁଥିଲା । ଏପରିକି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ଆଖୃଦୃଶିଆ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ ଦୈନିକ ମାମଲା 3 ହଜାରକୁ ଖସିଥିବା ବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 3 ହଜାର 318 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 6 ହଜାର 379 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 44 ହଜାର 175 ରେ ପହଞ୍ଚିଛି । ଏହି ସମୟରେ 10 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 49 ଲକ୍ଷ 52 ହଜାର 996 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 43 ଲକ୍ଷ 77 ହଜାର 257 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର 564 ରୋଗୀ ପ୍ରାଣ ହରାଇଛନ୍ତି ।












Click it and Unblock the Notifications