ମାସ ଆରମ୍ଭରୁ ସାମାନ୍ୟ କମିଲା କରୋନା ଦୈନିକ ମାମଲା, କିନ୍ତୁ କମିନି ମୃତ୍ୟୁ ସଂଖ୍ୟା

corona virus

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ସାରା ଦେଶରେ ବଢୁଥିବା କରୋନା ସଂକ୍ରମଣ ବର୍ତ୍ତମାନ ଅଣାୟତ ହେବାରେ ଲାଗିଛି । ଏହା ସହିତ ସକ୍ରିୟ ମାମଲା ମଧ୍ୟ ବଢିବାରେ ଲାଗିଛି । ଏପରିକି ବର୍ତ୍ତମାନ ଦୈନିକ ମାମଲା ଗତ ଦୁଇ ଦିନ ଧରି 3 ହଜାର ପରେ ରହୁଥିଲା । କିନ୍ତୁ ଆଜି ମାସ ଆରମ୍ଭରୁ ସାମାନ୍ୟ ହ୍ରାସ ହୋଇଛି । ଅପରପକ୍ଷରେ କରୋନାଜନିତ ମୃତ୍ୟୁ ସଖ୍ୟାରେ ମଧ୍ୟ ବୃଦ୍ଧି ହେଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 2993 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 1840 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 16 ହଜାର 354 ରେ ପହଞ୍ଚିଛି । ଏହି ସମୟରେ 7 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 47 ଲକ୍ଷ 18 ହଜାର 781 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ଲକ୍ଷ 71 ହଜାର 551 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 876 ରୋଗୀ ପ୍ରାଣ ହରାଇଛନ୍ତି ।

ସାରା ଦେଶରେ କରୋନା ପାଇଁ ଜାରି ରହିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 220 କୋଟି 66 ଲକ୍ଷ 09 ହଜାର 015 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି କେବଳ 9 ହଜାର 981 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+