ସାମାନ୍ୟ କମିଲା କରୋନା ମାମଲା, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 16935 ରୋଗୀ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 16 ହଜାର 935 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 16 ହଜାର 069 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହେବା ପରେ ଗତକାଲି ସାମାନ୍ୟ ହ୍ରାସ ହୋଇଛି । ଦୈନିକ ସଂକ୍ରମଣ ଲଗାତାର ଗତ କିଛି ଦିନ 20 ହଜାର ପରେ ରହିଆସୁଥିଲା । ବର୍ତ୍ତମାନ ଏହା 16 ହଜାରକୁ ହ୍ରାସ ହୋଇଛି । କିନ୍ତୁ ମୃତ୍ୟୁ ସଂଖ୍ୟାରେ କୌଣସି ହ୍ରାସ ପରିଲକ୍ଷିତ ହେଉନାହିଁ । ଅପରପକ୍ଷରେ ସକ୍ରିୟ ମାମଲା ଏକ ଲକ୍ଷ 44 ହଜାର ପାର୍ ହୋଇଛି ।

ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 16 ହଜାର 935 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 16 ହଜାର 069 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 44 ହଜାର 264 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି 51 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପରେ ସାରା ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 37 ଲକ୍ଷ 67 ହଜାର 534 ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଥିବା ରୋଗୀଙ୍କୁ ମିଶାଇ ଦେଶରେ ମୋଟ 4 କୋଟି 30 ଲକ୍ଷ 97 ହଜାର 510 ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏପରିକି ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 5 ଲକ୍ଷ 25 ହଜାର 760 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
କରୋନା ବିରୁଦ୍ଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 200 କୋଟି 04 ଲକ୍ଷ 61 ହଜାର 095 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 4 ଲକ୍ଷ 46 ହଜାର 671 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications