146 ଦିନରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, ଗତ 24 ଘଣ୍ଚାରେ ସାମ୍ନାକୁ ଆସିଲା 1590 ମାମଲା

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣରେ ଅହେତୁକ ବୃଦ୍ଧି ହେବାରେ ଲାଗିଛି । ଗତ କିଛି ଦିନ ହେବ କରୋନା ମାମଲା ଅହେତୁକ ଭାବେ ବଢିବାରେ ଲାଗିଛି । ଏପରିକି ବର୍ତ୍ତମାନ 146 ଦିନ ପରେ ଏହା 15ଶହ ପାର୍ ହୋଇଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଖ୍ୟାରେ ମଧ୍ୟ ସାମାନ୍ୟ ବୃଦ୍ଧି ହୋଇଛି । ଫଳରେ ଲୋକଙ୍କ ମନରେ ପୁଣି କରୋନା ଆତଙ୍କ ଦେଖିବାକୁ ମିଳୁଛି । ଏପରିକି ଉଭୟ ସରକାର ଏବଂ ବୈଜ୍ଞାନିକମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 1590 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 910 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 8601 ରେ ପହଞ୍ଚିଛି । ଏହି ସମୟରେ 6 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 47 ଲକ୍ଷ 2 ହଜାର 257 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ଲକ୍ଷ 62 ହଜାର 832 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 824 ରୋଗୀ ପ୍ରାଣ ହରାଇଛନ୍ତି ।












Click it and Unblock the Notifications