ଦୁଇ ଦିନ ଧରି ହ୍ରାସ ପାଇଛି କରୋନା ମାମଲା, ଗତ 24 ଘଣ୍ଟାରେ 15528 ରୋଗୀ ଚିହ୍ନଟ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 15 ହଜାର 528 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 16 ହଜାର 113 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହେବା ପରେ ଗତ ଦୁଇ ଦିନ ହେବ ସାମାନ୍ୟ ହ୍ରାସ ହୋଇଛି । ଦୈନିକ ସଂକ୍ରମଣ ଲଗାତାର ଗତ କିଛି ଦିନ 20 ହଜାର ପରେ ରହିଆସୁଥିଲା । ବର୍ତ୍ତମାନ ଏହା 15 ହଜାରକୁ ହ୍ରାସ ହୋଇଛି । ଏତି ସହିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ଅପରପକ୍ଷରେ ସକ୍ରିୟ ମାମଲା ଏକ ଲକ୍ଷ 43 ହଜାର ପରେ ରହିଛି ।

ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 15 ହଜାର 528 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 16 ହଜାର 113 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 43 ହଜାର 654 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି 25 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପରେ ସାରା ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 37 ଲକ୍ଷ 83 ହଜାର 062 ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଥିବା ରୋଗୀଙ୍କୁ ମିଶାଇ ଦେଶରେ ମୋଟ 4 କୋଟି 31 ଲକ୍ଷ 13 ହଜାର 326 ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏପରିକି ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 5 ଲକ୍ଷ 25 ହଜାର 785 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
କରୋନା ବିରୁଦ୍ଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 200 କୋଟି 33 ଲକ୍ଷ 55 ହଜାର 257 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 27 ଲକ୍ଷ 78 ହଜାର 013 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications