ଲକ୍ଷେ ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା : 66 ଦିନରେ ସର୍ବନିମ୍ନ, 24 ଘଣ୍ଟାରେ 86,498 ନୂଆ ମାମଲା ଚିହ୍ନଟ
ଭାରତରେ 63 ଦିନ ପରେ, ମଙ୍ଗଳବାର (ଜୁନ୍ 08), ଦୈନିକ ସଂକ୍ରମଣ ସଂଖ୍ୟା ଏକ ଲକ୍ଷରୁ କମ୍ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ, 86 ହଜାର 498 ନୂଆ ମାମଲା ରିପୋର୍ଟ ହୋଇଛି ।
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ଦ୍ୱିତୀୟ ଲହରର ପ୍ରକୋପରେ କ୍ରମାଗତ ହ୍ରାସ ଘଟୁଛି । ଭାରତରେ 63 ଦିନ ପରେ, ମଙ୍ଗଳବାର (ଜୁନ୍ 08), ଦୈନିକ ସଂକ୍ରମଣ ସଂଖ୍ୟା ଏକ ଲକ୍ଷରୁ କମ୍ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ, 86 ହଜାର 498 ନୂଆ ମାମଲା ରିପୋର୍ଟ ହୋଇଛି । ଯାହାକି 66 ଦିନ ମଧ୍ୟରେ ସର୍ବନିମ୍ନ ।

ଏଥି ସହିତ ଗତ 24 ଘଣ୍ଟା ମଧ୍ୟରେ କରୋନା କାରଣରୁ 2,123 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ 1ଲକ୍ଷ 82 ହଜାର 282 ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଯୋଗୁଁ 3 ଲକ୍ଷ 51 ହଜାର 309 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ମାମଲା ସଂଖ୍ୟା 13 ଲକ୍ଷ 03 ହଜାର 702 ରହିଛି । 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ 97 ହଜାର 907 ହ୍ରାସ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 73 ଲକ୍ଷ 41 ହଜାର 462 କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ 2 କୋଟି 89 ଲକ୍ଷ 96 ହଜାର 473 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏଥି ସହିତ ଦେଶରେ ମୋଟ 23 କୋଟି 61 ଲକ୍ଷ 98 ହଜାର 726 ଡୋଜ୍ ଟୀକାକରଣ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ 33 ଲକ୍ଷ 64 ହଜାର 476 ଟିକା ଡୋଜ ଦିଆଯାଇଛି ।












Click it and Unblock the Notifications