ଡରାଉଛି କରୋନା ମୃତ୍ୟୁ : ଗୋଟିଏ ଦିନରେ ଚାଲିଗଲା 4, 187 ଜଣଙ୍କ ପ୍ରାଣ, 4.01 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ
ଶନିବାର (ମେ 08) ଦିନ, ଭାରତରେ ଗୋଟିଏ ଦିନରେ ସର୍ବାଧିକ 4,187 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଦେଶରେ ଏହା ପୂର୍ବରୁ 24 ଘଣ୍ଟା ମଧ୍ୟରେ କୋଭିଡ -19 ଯୋଗୁଁ ଏତେ ଲୋକଙ୍କର ମୃତ୍ୟୁ ହୋଇନଥିଲା ।
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ହ୍ରାସ ହେବାର ନାମ ନେଉନାହିଁ । ଦେଶରେ ପ୍ରତିଦିନ କରୋନା ଭାଇରସ ସଂକ୍ରମିତ ଏବଂ ମୃତକଙ୍କ ରେକର୍ଡ ଭାଙଅଗିବାଲେ ଲାଗିଛି । ଶନିବାର (ମେ 08) ଦିନ, ଭାରତରେ ଗୋଟିଏ ଦିନରେ ସର୍ବାଧିକ 4,187 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଦେଶରେ ଏହା ପୂର୍ବରୁ 24 ଘଣ୍ଟା ମଧ୍ୟରେ କୋଭିଡ -19 ଯୋଗୁଁ ଏତେ ଲୋକଙ୍କର ମୃତ୍ୟୁ ହୋଇନଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ 24 ଘଣ୍ଟା ମଧ୍ୟରେ ଦେଶରେ 4 ଲକ୍ଷ 1 ହଜାର 78 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ 3 ଲକ୍ଷ 18 ହଜାର 609 ଜଣ ସୁସ୍ଥ ହୋଇଛନ୍ତି । କୋଭିଡ -19 କାଣରୁ ଏପର୍ଯ୍ୟନ୍ତ ଦେଶରେ ମୋଟ 2 ସକଲକ୍ଷ 38 ହଜାର 270 ଲୋକଙ୍କର ମୃତ୍ୟୁ ହୋଇଛି ।

ଦେଶରେ 37.23 ଲକ୍ଷ ସକ୍ରିୟ ମାମଲା
ବର୍ତ୍ତମାନ ଦେଶରେ କରୋନ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି 37 ଲକ୍ଷ 23 ହଜାର 446 । ଏହା ସହିତ ଦେଶରେ ମୋଟ 1 କୋଟି 79 ଲକ୍ଷ 30 ହଜାର 960 ଜଣ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 18 ଲକ୍ଷ 92 ହଜାର 676 କୁ ବୃଦ୍ଧି ପାଇଛି । ଭାରତରେ ଗତ ତିନି ଦିନ ଧରି ଦୈନିକ 4 ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି । ଏଥି ସହିତ କୋଭିଡ କାରଣରୁ ପ୍ରତିଦିନ ପ୍ରାୟ ସାଢେ ତିନି ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ହେଉଛି ।
ଏପର୍ଯ୍ୟନ୍ତ 16.73 କୋଟି ଲୋକଙ୍କୁ ଦିଆଯାଇଛି ଟିକା
16 ଜାନୁୟାରୀ 2021 ରୁ ଆରମ୍ଭ ହୋଇଥିବା କରୋନା ଟୀକାକରଣ ଅଭିଯାନ ଅଧୀନରେ ଦେଶରେ ମୋଟ 16 କୋଟି 73 ଲକ୍ଷ 46 ହଜାର 544 ଲୋକଙ୍କୁ ଟିକା ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 22 ଲକ୍ଷ 97 ହଜାର 257 ଟିକା ଦିଆଯାଇଛି । ଏଥିସହିତ 30 କୋଟି 4ଲକ୍ଷ 10 ହଜାର 43 ଲୋକଙ୍କ କରୋନା ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ମେ 07 ରେ ଗୋଟିଏ ଦିନରେ 18 ଲକ୍ଷ 8 ହଜାର 344 ନମୁନା ପରୀକ୍ଷା କରାଯାଇଛି ।
ଡାକ୍ତର ଏବଂ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ କରୋନା ଆସନ୍ତା 15 ରୁ 20 ପର୍ଯ୍ୟନ୍ତ ଭାରତରେ ଏହାର ଶିଖରରେ ରହିବ । ଅର୍ଥାତ୍ ଆଗାମୀ ଦିନରେ କରୋନା ହେବାର ଆଶଙ୍କା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications