କମୁନି କରୋନା ସଂକ୍ରମଣ : 24 ଘଣ୍ଟା ମଧ୍ୟରେ 617 ଜଣଙ୍କର ମୃତ୍ୟୁ ଏବଂ 38628 ନୂଆ ରୋଗୀ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 628 ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ 617 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ସମୟରେ 40 ହଜାର 17 ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଦେଶରେ ଜାରି ରହିଛି କରୋନା ମହାମାରୀର ପ୍ରକୋପ । ଗତ ଦୁଇ ଦିନ ଅପେକ୍ଷା ସାମାନ୍ୟ ହ୍ରାସ ହୋଇଥିବା ସହ ଗୋଟିଏ ଦିନରେ ଦେଶରେ 600 ରୁ ଅଧିକ ଲୋକଙ୍କର ପ୍ରାଣ ହାନୀ ହୋଇଛି ।
ଶନିବାର ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 628 ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ 617 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ସମୟରେ 40 ହଜାର 17 ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ ଦେଶରେ 4 ଲକ୍ଷ 12 ହଜାର 153 ସକ୍ରିୟ ରୋଗୀ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏହି ନୂତନ ଆକଳନ ସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 3 କୋଟି 18 ଲକ୍ଷ 95 ହଜାର 385 କପ ବୃଦ୍ଧି ପାଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା 3 କୋଟି 10 ଲକ୍ଷ 55 ହଜାର 861 ରେ ପହଞ୍ଚିଛି । ଏହା ବ୍ୟତୀତ କରୋନା ସଂକ୍ରମଣ ହେତୁ ଦେଶର ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ 4 ଲକ୍ଷ 27 ହଜାର 371 ରୋଗୀଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ 50 କୋଟି 10 ଲକ୍ଷ 9 ହଜାର 609 ଡୋଜ କରୋନା ଜୀବାଣୁ ଟିକା ଦିଆଯାଇଛି, ସେଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 49 ଲକ୍ଷ 55 ହଜାର 138 ଡୋଜ୍ ଦିଆଯାଇଛି ।












Click it and Unblock the Notifications