For Quick Alerts
Turn On Notification  
For Daily Alerts
Oneindia App Download

ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା : 24 ଘଣ୍ଟା ମଧ୍ୟରେ 1 ଲକ୍ଷ ସଂକ୍ରମିତ, 2427 ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 636 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 2427 ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥି ସହିତ, ଏହି ସମୟରେ 1 ଲକ୍ଷ 74 ହଜାର 399 ରୋଗୀ ସୁସ୍ଥ ହୋଇଛନ୍ତି ।

|

ନୂଆଦିଲ୍ଲୀ : ଦେଶରେ ପ୍ରାୟ ଦୁଇମାସ ଧରି କରୋନା ସଂକ୍ରମିତଙ୍କ ବୃଦ୍ଧି ପରେ ଏବେ ଦ୍ୱିତୀୟ ଲହରର ପ୍ରକୋପ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ସୋମବାର ନୂତନ ପରିସଂଖ୍ୟାନ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 636 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 2427 ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥି ସହିତ, ଏହି ସମୟରେ 1 ଲକ୍ଷ 74 ହଜାର 399 ରୋଗୀ ସୁସ୍ଥ ହୋଇଛନ୍ତି । ନୂତନ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2କୋଟି 89 ଲକ୍ଷ 09 ହଜାର 975 କୁ ବୃଦ୍ଧି ପାଇଛି ଏବଂ ଏଯାବତ୍ ମୋଟ 2 କୋଟି 71 ଲକ୍ଷ 59 ହଜାର 180 ଜଣ ସୁସ୍ଥ ହୋଇଛନ୍ତି ।

corona-virus

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସବୁଠାରୁ ଆଶ୍ୱସ୍ତିକର ଖବର ହେଉଛି ଯେ କରୋନା ସଂକ୍ରମଣରେ ପୀଡିତ ରୋଗୀଙ୍କ ସୁସ୍ଥ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଦେଶରେ 14 ଲକ୍ଷ 1 ହଜାର 609 ସକ୍ରିୟ ମାମଲା ରହିଛି । ଏହା ବ୍ୟତୀତ ଦେଶରେ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 23 କୋଟି 27 ଲକ୍ଷ 86 ହଜାର 482 ଡୋଜ ଟିକା ଦିଆଯାଇଛି । ଏଥି ସହିତ କରୋନା କାରଣୁ ଦେଶରେ 3 ଲକ୍ଷ 49 ହଜାର 186 ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Corona Positive rate decreased in last 24 hours. More than 1 lakh people tested covid positive during this time.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X