ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, 24 ଘଣ୍ଚାରେ 4. 14 ଲକ୍ଷ ସଂକ୍ରମିତ ଚିହ୍ନଟ ଏବଂ 3915 ଜଣଙ୍କର ମୃତ୍ୟୁ
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ତଥ୍ୟ ପ୍ରକାଶ କରି କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 4 ଲକ୍ଷ 14 ହଜାର 188 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ବର୍ତ୍ତମାନ ଏହାର ଭୟଙ୍କର ରୂପ ଦେଖାଇବାଲେ ଲାଗିଛି । କରୋନା ସଂକ୍ରମିତଙ୍କ ଗ୍ରାଫ୍ କମିବାର ନାଁ ନେଉନି । ଶୁକ୍ରବାର ଦିନ ଦେଶରେ 4 ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ତଥ୍ୟ ପ୍ରକାଶ କରି କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 4 ଲକ୍ଷ 14 ହଜାର 188 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 3 ହଜାର 915 ରୋଗୀଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ଗତ ଗୋଟିଏ ଦିନରେ 3 ଲକ୍ଷ 31ହଜାର 507 ରୋଗୀ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ମୋଟ ସଂକ୍ରମିତଙ୍କ 2 କୋଟି 14 ଲକ୍ଷ 91 ହଜାର 598 କୁ ବୃଦ୍ଧି ପାଇଛି ଏବଂ ମୋଟ 1 କୋଟି 76 ଲକ୍ଷ 12 ହଜାର 351 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଏହି ସମୟରେ ଦେଶରେ 36 ଲକ୍ଷ 45 ହଜାର 164 ସକ୍ରିୟ ମାମଲା ରହିଛି । ଏଥି ସହିତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ହେତୁ 2 ଲକ୍ଷ 34 ହଜାର 83 ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶରେ କେତେ ଲୋକଙ୍କର ହୋଇଛି ଟୀକାକରଣ
ଭାରତରେ 16 ଜାନୁୟାରୀ 2021 ରେ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନରେ 16,49,73,058 ଲୋକଙ୍କୁ କୋଭିଡ -19 ଟିକା ଦିଆଯାଇଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 23,70,298 ଲୋକଙ୍କୁ ଟିକା ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ 4 ଲକ୍ଷରୁ ଅଧିକ ମାମଲା ରୁଜୁ ହବା ନେଇ ଏହା ହେଉଛି କ୍ରମାଗତ ଦ୍ୱିତୀୟ ଦିନ ।












Click it and Unblock the Notifications