କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ : 111 ଦିନରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଲେ 553 ରୋଗୀ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାର 703 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ 111 ଦିନ ମଧ୍ୟରେ ସର୍ବନିମ୍ନ ମାମଲା ରେକର୍ଡ ହୋଇଛି ।
ନୂଆଦିଲ୍ଲୀ : ଭାରତରେ କରୋନାର ଦ୍ୱିତୀୟ ଲହର ସମୟରେ ସଂକ୍ରମଣ ମାମଲାରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାର 703 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ 111 ଦିନ ମଧ୍ୟରେ ସର୍ବନିମ୍ନ ମାମଲା ରେକର୍ଡ ହୋଇଛି । ଏହା ସହିତ ସୁସ୍ଥ ହାର 97.17 ପ୍ରତିଶକୁ ବୃଦ୍ଧି ପାଇବା ପରେ ଦେଶରେ କରୋନା ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ହୋଇ 4 ଲକ୍ଷ 64 ହଜାର 357 ରେ ପହଞ୍ଚିଛି ।

ଅପରପକ୍ଷରେ ଏହି ସମୟରେ ଦେଶରେ 553 ଜଣ କୋରାନ ସଂକ୍ରମିତଙ୍କ ପ୍ରାଣହାନୀ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ 4 ଳକ୍ଷ 3 ହଜାର 281 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହିତ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 6 ଲକ୍ଷ 19 ହଜାର 932କୁ ବୃଦ୍ଧି ପାଇଛି । ସେହିପରି ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 97 ଲକ୍ଷ 52 ହଜାର 294 ରେ ପହଞ୍ଚିଛି ।
କରୋନା ମହାମାରୀ ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନ ଅଧିନରେ ଦେଶରେ ମୋଟ 35 କୋଟି 75 ଲକ୍ଷ 53 ହଜାର 612 ଡୋଜ୍ ଟିକା ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications