ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, 24 ଘଣ୍ଚାରେ 4.12 ଲକ୍ଷ ସଂକ୍ରମିତ ଚିହ୍ନଟ ଏବଂ 3980 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 4 ଲକ୍ଷ 12 ହଜାର 262 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 3 ହଜାର 980 ରୋଗୀଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ଗତ ଗୋଟିଏ ଦିନରେ 3 ଲକ୍ଷ 29 ହଜାର 113 ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ବର୍ତ୍ତମାନ ଏହାର ଭୟଙ୍କର ରୂପ ଦେଖାଇବାଲେ ଲାଗିଚି । କରୋନା ସଂକ୍ରମିତଙ୍କ ଗ୍ରାଫ୍ କମିବାର ନାଁ ନେଉନି । ଗୁରୁବାର ଦିନ ଦେଶରେ 4 ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ତଥ୍ୟ ପ୍ରକାଶ କରି କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 4 ଲକ୍ଷ 12 ହଜାର 262 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 3 ହଜାର 980 ରୋଗୀଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ଗତ ଗୋଟିଏ ଦିନରେ 3 ଲକ୍ଷ 29 ହଜାର 113 ରୋଗୀ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ମୋଟ ସଂକ୍ରମିତଙ୍କ 2 କୋଟି 10 ଲକ୍ଷ 77 ହଜାର 410 କୁ ବୃଦ୍ଧି ପାଇଛି ଏବଂ ମୋଟ 1 କୋଟି 72 ଲକ୍ଷ 80 ହଜାର 844 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଏହି ସମୟରେ ଦେଶରେ 35 ଲକ୍ଷ 66 ହଜାର 398 ସକ୍ରିୟ ମାମଲା ରହିଛି । ଏଥି ସହିତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ହେତୁ 2 ଲକ୍ଷ 30 ହଜାର 168 ଜଣଙ୍କର ମୃତ୍ୟୁ ହୋଇଛି ।
'ଦେଶରେ ଆସିପାରେ କରୋନା ଭାଇରସର ତୃତୀୟ ଲହର'
ଆପଣଙ୍କୁ କହିରଖୁଛୁ ଯେ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଦେଶରେ ତୃତୀୟ ଲହର ସଂକ୍ରମଣ ବିଷୟରେ ସରକାର ମଧ୍ୟ ଚେତାବନୀ ଦେଇଛନ୍ତି । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ୍ କହିଛନ୍ତି ଯେ ଦେଶରେ କରୋନା ଭାଇରସ ସଂକ୍ରମଣର ହାରକୁ ଆଧାର କରି ଏହା କୁହାଯାଇପାରେ ଯେ ଭାଇରସର ତୃତୀୟ ଲହର ମଧ୍ୟ ଆସିପାରେ । ଯଦିଓ ଏହି ଲହର କେବେ ଆସିବ ଏହାର ସମୟ ଏପର୍ଯ୍ୟନ୍ତ ଆକଳନ କରାଯାଇପାରିବ ନାହିଁ । କେ ବିଜୟ ରାଘବନ୍ କହିଛନ୍ତି ଯେ ତୃତୀୟ ଲହରକୁ ସାମ୍ନା କରିବାକୁ ଆମକୁ ବର୍ତ୍ତମାନଠାରୁ ପ୍ରସ୍ତୁତ ହେବାକୁ ପଡିବ । ସୂଚନାଯୋଗ୍ୟ ଯେ ପୂର୍ବରୁ AIIMS ର ନିର୍ଦ୍ଦେଶକ ଡ ରଣଦୀପ ଗୁଲେରିଆ ମଧ୍ୟ କହିଛନ୍ତି ଯେ ଦେଶରେ କରୋନା ଜୀବାଣୁଙ୍କର ତୃତୀୟ ଲହର ଆସିବାର ଆଶଙ୍କା ରହିଛି ।












Click it and Unblock the Notifications