କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଚିହ୍ନଟ ହେଲେ 42 ହଜାରରୁ ଅଧିକ କରୋନା ରୋଗୀ, 533 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରୁ 42 ହଜାର 982 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମହାମାରୀ ହେତୁ 533 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 41 ହଜାର 726 ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ 42 ହଜାରରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରୁ 42 ହଜାର 982 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମହାମାରୀ ହେତୁ 533 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 41 ହଜାର 726 ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହିତ ବର୍ତ୍ତମାନ ଦେଶରେ 4 ଲକ୍ଷ 11 ହଜାର 76 ଜଣ ସକ୍ରିୟ ରୋଗୀ ଅଛନ୍ତି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 18 ଲକ୍ଷ 12 ହଜାର 114 କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ଦେଶରେ ମୋଟ 3 କୋଟି 9 ଲକ୍ଷ 74 ହଜାର 748 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ମୋଟ 4 ଲକ୍ଷ 26 ହଜାର 290 ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ଉଲ୍ଲେଖଯୋଗ୍ୟ, ଯେ ବୁଧବାର ଦିନ ମୋଟ 42 ହଜାର 625 ମାମଲା ରିପୋର୍ଟ ହୋଇଥିବାବେଳେ ମଙ୍ଗଳବାର ଦିନ କେବଳ 30 ହଜାର 549 ନୂଆ କରୋନା ମାମଲା ରୁଜୁ ହୋଇଥିଲା । ଦେଶରେ ଏପରି ଅନେକ ଜିଲ୍ଲା ଅଛି ଯେଉଁଠାରେ କୋଭିଡ -19 ମାମଲାରେ ବୃଦ୍ଧି ଘଟିଥିବାର ଦେଖାଯାଇଛି ।












Click it and Unblock the Notifications