40 ହଜାର ତଳକୁ ହ୍ରାସ ପାଇଲା କରୋନା ମାମଲା, ଗତ 24 ଘଣ୍ଟାରେ 39,796 ନୂଆ ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 39 ହଜାର 796 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏତିସହିତ 42 ହଜାର 352 ଜଣ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ସୋମବାର ଏହି ତଥ୍ୟ ପ୍ରକାଶ କରିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 39 ହଜାର 796 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏତିସହିତ 42 ହଜାର 352 ଜଣ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟାରେ କରୋନା ସଂକ୍ରମଣ ହେତୁ 723 ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 3 କୋଟି 5 ଲକ୍ଷ 85 ହଜାର 229 କୁ ବୃଦ୍ଧି ପାଇବା ସହ ଦେଶରେ ଏଯାବତ୍ ମୋଟ 2 କୋଟି 97 ଲକ୍ଷ 430 ଜଣ ସୁସ୍ତ ହେଲେଣି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କରୋନା କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 2 ହଜାର 728 ରେଲ ପହଞ୍ଚିଛି । ଯଦିଓ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଦେଶରେ ବର୍ତ୍ତମାନ କେବଳ 4 ଲକ୍ଷ 82 ହଜାର 71 ସକ୍ରିୟ ମାମଲା ରହିଛି ।
ଏହା ବ୍ୟତୀତ ସାରା ଦେଶରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ 35 କୋଟି 28 ଲକ୍ଷ 92 ହଜାର 46 ଡୋଜ ଟିକା ଦିଆଯାଇଛି ।












Click it and Unblock the Notifications