ଦିନକ ପରେ ପୁଣି ବଢିଲାଲ କରୋନା ସଂକ୍ରମଣ ମାମଲା : ଗତ 24 ଘଣ୍ଟାରେ 40 ହଜାରରୁ ଅଧିକ ରୋଗୀ ଚିହ୍ନଟ, 562 ଜଣଙ୍କର ମୃତ୍ୟୁ

ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରୁ 42 ହଜାର 625 ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ 562 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କରୋନା ମହାମାରୀ ଦ୍ୱିତୀୟ ଲହର ଥମିବାର ନାଁ ନେଉନି । ପ୍ରତ୍ୟେକ ଦିନ ପ୍ରାୟ 40 ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗତକାଲି ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା 40 ହଜାର ପାର୍ ହୋଇଛି ।

corona-virus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଆଜି ମଙ୍ଗଳବାର ତୁଳନାରେ 1200 ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରୁ 42 ହଜାର 625 ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ 562 ଜଣଙ୍କର ମୃତ୍ୟୁ ହୋଇଛି ।

କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ବିଷୟରେ କହିବାକୁ ଗଲେ, ଏହି ସମୟ ମଧ୍ୟରେ ସମୁଦାୟ 36 ହଜାର 668 ଲୋକ ମହାମାରୀକୁ ପରାସ୍ତ କରିଥିବାବେଳେ ଦେଶରେ ସକ୍ରିୟ ମାମଲା ସଂଖ୍ୟା 4 ଲକ୍ଷ 10 ହଜାର 353 ରହିଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 17 ଲକ୍ଷ 69 ହଜାର 132 ରେ ପହଞ୍ଚିଛି ଏବଂ ଏପର୍ଯ୍ୟନ୍ତ ମୋଟ 3 କୋଟି 9 ଲକ୍ଷ 33 ହଜାର 22 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାସହିତ ଦେଶରେ ଏଯାବତି 4 ଲକ୍ଷ 25 ହଜାର 757 ଜଣଙ୍କର କରୋନାଜନିତ ମୃତ୍ୟୁ ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+