Corona Update : 50 ଦିନରେ ସବୁଠୁ କମ୍ 1.52 ଲକ୍ଷ କରୋନା ସଂକ୍ରମିତ, ଏବେବି ମୃତ୍ୟୁ ସଂଖ୍ୟା 3 ହଜାର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଭାରତରେ ଆଜି (31 ମଇ), 50 ଦିନ ମଧ୍ୟରେ ସର୍ବନିମ୍ନ 1.52 ଲକ୍ଷ କରୋନା ମାମଲା ଚିହ୍ନଟ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ସଂଖ୍ୟା 88,416 ହ୍ରାସ ପାଇଛି ।

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ମଧ୍ୟରେ ଦୈନିକ ମାମଲାରେ ବ୍ୟାପକ ହ୍ରାସ ଘଟିଛି । ଏଥି ସହିତ ଗତ କିଛି ଦିନ ହେବ ପ୍ରତିଦିନ ଘଟୁଥିବା ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି, କିନ୍ତୁ ଏହି ସଂଖ୍ୟା ବର୍ତ୍ତମାନ ମଧ୍ୟ 3 ହଜାରରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଭାରତରେ ଆଜି (31 ମଇ), 50 ଦିନ ମଧ୍ୟରେ ସର୍ବନିମ୍ନ 1.52 ଲକ୍ଷ କରୋନା ମାମଲା ଚିହ୍ନଟ ହୋଇଛି ।

corona-virus

ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ସଂଖ୍ୟା 88,416 ହ୍ରାସ ପାଇଛି । ସୋମବାର (ମେ 31)ରେ ଭାରତରେ 1 ଲକ୍ଷ 52 ହଜାର 734 ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଏହି ସମୟରେ 3,128 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 2 ଲକ୍ଷ 38 ହଜାର 22ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ଏପର୍ଯ୍ୟନ୍ତ 3.29 ଲକ୍ଷ ଲୋକଙ୍କର କରୋନାଜନିତ ମୃତ୍ୟୁ

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା କାରଣରୁ 3ଲକ୍ଷ 29 ହଜାର 100 ଲୋକଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ମାମଲା ସଂଖ୍ୟା ହେଉଛି 20 ଲକ୍ଷ 26 ହଜାର 92 । ଏଥିସହ କରୋନାରୁ 2 କୋଟି 56 ଲକ୍ଷ 92 ହଜାର 342 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଦେଶରେ ସମୁଦାୟ ସକାରାତ୍ମକ ମାମଲା 2 କୋଟି 80 ଲକ୍ଷ 47 ହଜାର 534 କୁ ବୃଦ୍ଧି ପାଇଛି ।

ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନରେ ବର୍ତ୍ତମାନ ପର୍ଯ୍ୟନ୍ତ 21 କୋଟି 31 ଲକ୍ଷ 54 ହଜାର 129 ଲୋକଙ୍କୁ କରୋନା ଟିକା ଦିଆଯାଇଛି । 16 ଜାନୁୟାରୀ 2021 ରୁ ଦେଶରେ କରୋନା ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ କରୋନାରୁ ସୁସ୍ଥ ହାର 91.60 ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ସକରାତ୍ମକତା ହାର 9.04% ଏବଂ ଦୈନିକ ସକରାତ୍ମକତା ହାର 9.07% ରହିଛି । କ୍ରମାଗତ 7 ଦିନ ହେଲା ପଜିଟିଭ୍ ହାର 10% ରୁ କମ୍ ରହିଥିବା ପରିଲକ୍ଷିତ ହେଉଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ, ଏପର୍ଯ୍ୟନ୍ତ ଭାରତରେ 34 କୋଟି 48 ଲକ୍ଷ 66 ହଜାର 883 ଜଣଙ୍କର କରୋନା ପରୀକ୍ଷା କରାଯାଇଛି । ଏଥି ସହିତ, ମେ 30 ରେ, 16 ଲକ୍ଷ 83 ହଜାର 135 ନମୁନା ପରୀକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+