ତୀବ୍ର ହେଉଛି ତୃତୀୟ ଲହର ଆଶଙ୍କା ! କମୁନି ଦୈନିକ ସଂକ୍ରମଣ ମାମଲା, ଗତ 24 ଘଣ୍ଟାରେ 44230 ନୂଆ ରୋଗୀ ଚିହ୍ନଟ, 555 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 44 ହଜାର 320 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 555 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ଧିରେ ଧିରେ କମୁଥିବା ବେଳେ ବର୍ତ୍ତମାନ କେତେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ମାମଲା ବଢୁଥିବା ପରିଲକ୍ଷିତ ହେଉଛି । କେରଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ କର୍ଣ୍ଣାଟକ ଏବଂ ତାମିଲନାଡୁ ସମେତ ଅନ୍ୟ କେତେକ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

corona-virus

ଶୁକ୍ରବାର ଦିନ କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ମିଳିଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ପରିସଂଖ୍ୟାନ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 44 ହଜାର 320 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 555 ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି, ଲଗାତାର ଦ୍ୱିତୀୟ ଦିନ ପାଇଁ ଦୈନିକ ମାମଲା ତୁଳନାରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଗତ ଗୋଟିଏ ଦିନରେ, କରୋନାରୁ 42 ହଜାର 360 ରୋଗୀ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏହି ନୂତନ ଆକଳନ ସହିତ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା 3 କୋଟି 15 ଲକ୍ଷ 72 ହଜାର 344 କୁ ବୃଦ୍ଧି ପାଇଛି ଏବଂ ସୁସ୍ଥଙ୍କ ସଂଖ୍ୟା 3 କୋଟି 7 ଲକ୍ଷ 43 ହଜାର 972 ରେ ପହଞ୍ଚିଛି ।

ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ହେତୁ ମୋଟ 4 ଲକ୍ଷ 23 ହଜାର 217 ଲୋକ ପ୍ରାଣ ହରାଇଛନ୍ତି । ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ହେତୁ କରୋନାର ସକ୍ରିୟ ମାମଲା ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଦେଶରେ ବର୍ତ୍ତମାନ 4 ଲକ୍ଷ 5 ହଜାର 155 ସକ୍ରିୟ ରୋଗୀ ଅଛନ୍ତି । ଏହା ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ସମୁଦାୟ 45 କୋଟି 60 ଲକ୍ଷ 33 ହଜାର 754 ଡୋଜ କରୋନା ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+