ପୁଣି ବଢିଲା କରୋନା ମାମଲା, 24 ଘଣ୍ଟାରେ 45,951 ନୂଆ ସଂକ୍ରମିତ ଚିହ୍ନଟ

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାର ଗତ 24 ଘଣ୍ଟା ମଧ୍ୟରେ ଦେଶରେ 45 ହଜାର 951 ନୂଆ କୋରାନ ସଂକ୍ରମିତ ଚିହ୍ନଟ ହେବା ସହ 817 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କୋରନା ଭାଇରସର ଦ୍ୱିତୀୟ ଲହର ପ୍ରକୋପରେ ମଙ୍ଗଳବାର ଦିନ ହ୍ରାସ ପରେ ବୁଧବାର ଦିନ ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାର ଗତ 24 ଘଣ୍ଟା ମଧ୍ୟରେ ଦେଶରେ 45 ହଜାର 951 ନୂଆ କୋରାନ ସଂକ୍ରମିତ ଚିହ୍ନଟ ହେବା ସହ 817 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

corona-virus

ଏହା ବ୍ୟତୀତ ଏହି ସମୟରେ 60 ହଜାର 729 ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 94 ଲକ୍ଷ 27 ହଜାର 330 କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 3 ଲକ୍ଷ 62 ହଜାର 848ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ସୁସ୍ଥ ହାର 96.92 ପ୍ରତିଶତ ରହିଛି । ସୁସ୍ଥ ହାରରେ ବୃଦ୍ଧି ସହିତ ଦେଶରେ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଇଛି ଏବଂ ବର୍ତ୍ତମାନ 5 ଲକ୍ଷ 37 ହଜାର 64 ସକ୍ରିୟ ରୋଗୀ ଅଛନ୍ତି । ଏହା ବ୍ୟତୀତ ସାରା ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ 33 କୋଟି 28 ଲକ୍ଷ 54 ହଜାର 527 ଡୋଜ କରୋନା ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+