କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ, ଗତ 24 ଘଣ୍ଟାରେ 30,549 ନୂଆ ରୋଗୀ ଚିହ୍ନଟ, 422 ମୃତ

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 30 ହଜାର 549 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ରେ 38,887 ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅଗଷ୍ଟ 03 ରେ ଗତ 24 ଘଣ୍ଟା ମଧ୍ୟରେ ଭାରତରେ 30 ହଜାର 549 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ରେ 38,887 ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

corona-virus

ଅପରପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 422 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ହେଉଛି 4 ଲକ୍ଷ 4 ହଜାର 958 । ଏଥିସହିତ ଦେଶରେ ମୋଟ 4 ଲକ୍ଷ 25 ହଜାର 195 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 17 ଲକ୍ଷ 26 ହଜାର 507 ରେ ପହଞ୍ଚିଛି । ଦେଶର ମୋଟ 3 କୋଟି 8 ଲକ୍ଷ 96 ହଜାର 354 ଲୋକ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+