ଆଜି ପୁଣି ବୃଦ୍ଧି ପାଇଲା କରୋନା ମାମଲା : 24 ଘଣ୍ଟାରେ 1.34 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ, 2887 ଜଣଙ୍କର ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 34 ହଜାର 154 ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ 2887 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ 2 ଲକ୍ଷ 11 ହଜାର 499 ରୋଗୀ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ପୁଣି ବୃଦ୍ଧି ପାଉଛି । ଗୁରୁବାର ଦିନ ଏକ ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 34 ହଜାର 154 ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ 2887 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ 2 ଲକ୍ଷ 11 ହଜାର 499 ରୋଗୀ ସୁସ୍ଥ ହୋଇଛନ୍ତି ।

corona-virus

ଉଲ୍ଲେଖନୀୟ କଥା ହେଉଛି, ଦୁଇ ଦିନ ପୂର୍ବେ ଜୁନ୍ 1 ରେ, ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇ 1.27 ଲକ୍ଷରେ ପହଞ୍ଚିଥିଲା । ଯଦିଓ ଗୁରୁବାର ଦିନ ପ୍ରକାଶିତ ସଂଖ୍ୟାରେ ଦୈନିକ ମାମଲା ବୃଦ୍ଧି ପାଇଛି, କିନ୍ତୁ କରୋନା ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 84 ଲକ୍ଷ 41 ହଜାର 986 କୁ ବୃଦ୍ଧି ପାଇଛି ଏବଂ ସୁସ୍ତ ହୋଇଥିବା ଲୋକଙ୍କ ସଂଖ୍ୟା 2 କୋଟି 63 ଲକ୍ଷ 90 ହଜାର 584ରେ ପହଞ୍ଚିଛି । ଏହି ସମୟରେ, କରୋନାରୁ ସୁସ୍ଥଙ୍କ ହାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବା ସହ ବର୍ତ୍ତମାନ ଦେଶରେ 17 ଲକ୍ଷ 13 ହଜାର 413 ସକ୍ରିୟ ମାମଲା ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କରୋନା ସକ୍ରିୟ ମାମଲାରେ ପ୍ରାୟ 50 ପ୍ରତିଶତ ହ୍ରାସ ଘଟିଛି । ଏଥି ସହିତ କରୋନା ଯୋଗୁଁ 3 ଲକ୍ଷ 37 ହଜାର 989 ଲୋକ ପ୍ରାଣ ହରାଇଛନ୍ତି ।

ଦେଶରେ କରୋନା ଜୀବାଣୁ ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ମୋଟ 22 କୋଟି 10 ଲକ୍ଷ 43ହଜାର 693 ଡୋଜ ଟିକା ଦିଆଯାଇଛି । ଯଦିଓ ଅନେକ ରାଜ୍ୟ ଟୀକା ଅଭାବ ନେଇ ଅଭିଯୋଗ କରୁଛନ୍ତି, କିନ୍ତୁ କେନ୍ଦ୍ର ସରକାର କହିଛନ୍ତି ଯେ ଟୀକାର କୌଣସି ଅଭାବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+