For Quick Alerts
Turn On Notification  
For Daily Alerts
Oneindia App Download

କରୋନା ଦୈନିକ ମାମଲା ଦ୍ୱିତୀୟ ଦିନ କ୍ରମାଗତ ହ୍ରାସ, ଗତ 24 ଘଣ୍ଟାରେ 3.68 ଲକ୍ଷ ନୂଆ ସଂକ୍ରମିତ, 3 ହଜାର 417 ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ର 3 ଲକ୍ଷ 68 ହଜାର 147 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 3 ହଜାର 417 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ସମୟ ମଧ୍ୟରେ 3 ଲକ୍ଷ 732 ଲୋକ ସୁସ୍ଥ ହୋଇଛନ୍ତି ।

|

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର କମିବାର ନାମ ନେଉନାହିଁ । ଏହି ସମୟରେ ବର୍ତ୍ତମାନ କ୍ରମାଗତ ଦୁଇ ଦିନ ପାଇଁ ଦୈନନ୍ଦିନ ମାମଲାରେ ହ୍ରାସ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ର 3 ଲକ୍ଷ 68 ହଜାର 147 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 3 ହଜାର 417 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ସମୟ ମଧ୍ୟରେ 3 ଲକ୍ଷ 732 ଲୋକ ସୁସ୍ଥ ହୋଇଛନ୍ତି । ଭାରତର କରୋନାରେ ଏପର୍ଯ୍ୟନ୍ତ 2 ଲକ୍ଷ 18 ହଜାର 959 ଜଣଙ୍କର ମୃତ୍ୟୁ ହୋଇଛି ।

corona-virus

ଏହା ସହିତ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି 34 ଲକ୍ଷ 13ହଜାର 642 । ମୋଟ 6 ଲକ୍ଷ 29 ହଜାର 3003 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ କରୋନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 99 ଲକ୍ଷ 25 ହଜାର 604 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା 15 କୋଟି 71 ଲକ୍ଷ 98 ହଜାର 207 ଲୋକଙ୍କୁ ଟିକା ଦିଆଯାଇଛି ।

ସେହିପରି 9 ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ଗୁଜରାଟ ଓ ଛତିଶଗଡରେ ସଂକ୍ରମଣର ଭୟ ଢେର ଅଧିକ ରହିଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଲକଡାଉନ୍, ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରିଛନ୍ତି ପ୍ରଭାବିତ ରାଜ୍ୟ ସହ ଅନ୍ୟ ରାଜ୍ୟମାନେ । ହରିୟାଣାରେ ଆଜିଠୁ ଲାଗୁ ହେଉଛି ସାତ ଦିନିଆ ଲକଡାଉନ୍।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 3.68 lakh people tested covid positive in last 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X