ପୁଣି ବଢୁଛି ବିପଦ ! ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ 24 ଘଣ୍ଟାରେ 43,509 ରୋଗୀ ଚିହ୍ନଟ

ଗୁରୁବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 43,509 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ରୋଗୀ ଚିହ୍ନଟ ପରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପୁଣି 4 ଲକ୍ଷ ଅତିକ୍ରମ କରିଛି ।

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ପୁଣି ଥରେ ବୃଦ୍ଧି ହେଉଥିବା ପରିଲକ୍ଷିତ ହୋଇଛି । ଗୁରୁବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 43,509 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ରୋଗୀ ଚିହ୍ନଟ ପରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପୁଣି 4 ଲକ୍ଷ ଅତିକ୍ରମ କରିଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା 4 ଲକ୍ଷ 3 ହଜାର 840 ରହିଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 15 ଲକ୍ଷ 28 ହଜାର 114 କୁ ବୃଦ୍ଧି ପାଇଛି ।

corona-virus

ଏହା ବ୍ୟତୀତ ଦେଶରେ ଗତ 24 ଘଣ୍ଟାରେ 640 ଜଣ ରୋଗୀଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ 4 ଲକ୍ଷ 22 ହଜାର 662 କୁ ବୃଦ୍ଧି ପାଇଛି । ଏଥିସହିତ ଗତ 24 ଘଣ୍ଟା ମଧ୍ୟରେ, କରୋନାରୁ 38 ହଜାର 465 ଲୋକ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ କରୋନା ସୁସ୍ଥ ହାର 97.38 ପ୍ରତିଶତକୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ 17ଲକ୍ଷ 28 ହଜାର 795 କରୋନା ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏଯାବତ୍ ମୋଟ 46 କୋଟି 26 ଲକ୍ଷ 29 ହଜାର 773 ନମୁନା ପରୀକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+