102 ଦିନ ପରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ : ଗତ 24 ଘଣ୍ଟାରେ 37566 ସଂକ୍ରମିତ, 907 ମୃତ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37,566 ଟି ନୂଆ କରୋନା ମାମଲା ମିଳିଥିବାବେଳେ 56,994 ରୋଗୀ ସୁସ୍ଥ ହୋଇଛନ୍ତି । ଏଥି ସହିତ, ଏହି ସମୟ ମଧ୍ୟରେ 907 ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ପ୍ରକୋପ ମାତ୍ରା ବହୁ ପରିମାଣରେ ହ୍ରାସ ପାଉଥିବା ଜଣାପଡିଛି । ମଙ୍ଗଳବାର ଦିନ, 102 ଦିନ ପରେ ଦୈନିକ କରୋନା ସଂକ୍ରମିତ 40 ହଜାରରୁ କମ୍ ରେକର୍ଡ କରାଯାଇଛି । ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37,566 ଟି ନୂଆ କରୋନା ମାମଲା ମିଳିଥିବାବେଳେ 56,994 ରୋଗୀ ସୁସ୍ଥ ହୋଇଛନ୍ତି । ଏଥି ସହିତ, ଏହି ସମୟ ମଧ୍ୟରେ 907 ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ପରେ ମୋଟ ମୃତକଙ୍କ ସଂଖ୍ୟା 3 ଲକ୍ଷ 97 ହଜାର 637 କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 3 ଲକ୍ଷ 16 ହଜାର 897 କୁ ବୃଦ୍ଧି ପାଇଛି ଏବଂ ସୁସ୍ଥ ସଂଖ୍ୟା 2 କୋଟି 93 ଲକ୍ଷ 66 ହଜାର 601ରେ ପହଞ୍ଚିଛି ।
ତେବେ, ସବୁଠାରୁ ବଡ କଥା ହେଉଛି କରୋନା ସୁସ୍ଥ ହାରରେ କ୍ରମାଗତ ଭାବରେ ଉନ୍ନତି ହେବା ସହ ଏହା 96.87 ପ୍ରତିଶତକୁ ବୃଦ୍ଧି ପାଇଛି । ସୁସ୍ଥ ହାରରେ ବଢିବା ସହ ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା 5 ଲକ୍ଷ 52 ହଜାର 659 କୁ ହ୍ରାସ ପାଇଛି ।












Click it and Unblock the Notifications