For Quick Alerts
Turn On Notification  
For Daily Alerts
Oneindia App Download

କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ : ଗତ 24 ଘଣ୍ଟା ମଧ୍ୟରେ 379257 ଜଣ ନୂଆ ସଂକ୍ରମିତ, 3645 ମୃତ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 79 ହଜାର 257 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 83 ଲକ୍ଷ 76 ହଜାର 524 କୁ ବୃଦ୍ଧି ପାଇଛି

|

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ଦିନକୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 79 ହଜାର 257 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 83 ଲକ୍ଷ 76 ହଜାର 524 କୁ ବୃଦ୍ଧି ପାଇଛି । ସେହିପରି ଏହି ସମୟ ମଧ୍ୟରେ 3645 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଯାହା ପରେ ମୋଟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 4 ହଜାର 832 ରେ ପହଞ୍ଚିଛି । ଅପରପକ୍ଷରେ ବର୍ତ୍ତମାନ ଦେଶରେ 30 ଲକ୍ଷ 84 ହଜାର 814 ଜଣ ସକ୍ରିୟ ରୋଗୀ ଥିବାବେଳେ 1 କୋଟି 50 ଲକ୍ଷ 86 ହଜାର 878 ଜଣ ସୁସ୍ଥ ହୋଇଛନ୍ତି ।

corona-virus

ବଢୁଥିବା କରୋନା ସଙ୍କଟ ଯୋଗୁଁ ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ସିଲିଣ୍ଡର ଆଦିର ଅଭାବ ଦେଖାଦେଇଛି । ଏହାସହିତ କେତେକ ରାଜ୍ୟରେ ଟିକା ଅଭାବ ଥିବାନେଇ ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସେ ତାଙ୍କର ସର୍ବଶେଷ ଟ୍ୱିଟରେ କହିଛନ୍ତି ଯେ 'ପରସ୍ପରକୁ ସାହାଯ୍ୟ କରୁଥିବା ସାଧାରଣ ଲୋକ ଜଣାଇଦେଉଛନ୍ତି, କାହାର ହୃଦୟକୁ ଛୁଇଁବା ପାଇଁ ହାତ ଛୁଇଁବା ଆବଶ୍ୟକ ନାହିଁ । ପରସ୍ପରକୁ ସାହାଯ୍ୟ ଜାରି ରଖ, ଏହି ଅନ୍ଧ ସିଷ୍ଚମକୁ ସତ ଦେଖାଇଦିଅ !'

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 379257 people tested Covid Positive during last 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X