ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା : ଗତ 24 ଘଣ୍ଟା ମଧ୍ୟରେ 43654 ନୂଆ ମାମଲା, 640 ଜଣଙ୍କର ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ 43 ହଜାର 654 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 640 ରୋଗୀଙ୍କ ମୃତ୍ୟୁ ହୋଇଛି । ଗତ ଗୋଟିଏ ଦିନରେ 41 ହଜାର 678 ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି ।

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ମଙ୍ଗଳବାର ଦିନ ଏକ ବଡ ହ୍ରାସ ପରେ ଆଜି ପୁଣି ଏଥିରେ ବୃଦ୍ଧି ହୋଇଛି । ଦୈନିକ ସଂକ୍ରମଣ ମାମଲା ପୁଣି 40,000 ରୁ ଅଧିକ ରେକର୍ଡ ହୋଇଛି ।

corona-virus

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 43 ହଜାର 654 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 640 ରୋଗୀଙ୍କ ମୃତ୍ୟୁ ହୋଇଛି । ଗତ ଗୋଟିଏ ଦିନରେ 41 ହଜାର 678 ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି ।

ଏହି ନୂତନ ଆକଳନ ପରେ ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 4 ଲକ୍ଷ 22 ହଜାର 22 କୁ ବୃଦ୍ଧି ପାଇଛି । ଏପରିକି ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି 3 ଲକ୍ଷ 99 ହଜାର 436 । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ 44,61,56,659 ଡୋଜ କରୋନା ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+