For Quick Alerts
Turn On Notification  
For Daily Alerts
Oneindia App Download

ଗତ 24 ଘଣ୍ଚାରେ 3.60 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ, ତିନି ହଜାରରୁ ଅଧିକ ମୃତ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଳକ୍ଷ 60 ହଜାର 960 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 1କୋଟି 79 ଲକ୍ଷ 97 ହଜାର 267 ରେ ପହଞ୍ଚିଛି ।

|

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନାଜନିତ ମୃତ୍ୟୁ ହାର ମଧ୍ୟ କମିବାର ନାଁ ନେଉନି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଳକ୍ଷ 60 ହଜାର 960 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 1କୋଟି 79 ଲକ୍ଷ 97 ହଜାର 267 ରେ ପହଞ୍ଚିଛି । ଏହା ବ୍ୟତୀତ ଗତ 24 ଘଣ୍ଟାରେ 3,293 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 2 ଲକ୍ଷ 1 ହଜାର 187ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

corona-virus

ଭାରତରେ ବର୍ତ୍ତମାନ 29,78,709 ସକ୍ରିୟ ମାମଲା ଥିବାବେଳେ 1,48,17,371 ଲକ୍ଷ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ 14 କୋଟି 78 ଲକ୍ଷ 27 ହଜାର 367 ଜଣ ଲୋକଙ୍କୁ ଟୀକରାକଣ କରାଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 25,56,182 ଲୋକଙ୍କୁ କରୋନା ଟିକା ଦିଆଯାଇଛି ।

ସଙ୍କଟର ଏହି ସମୟରେ ଆମେରିକା ଭାରତକୁ ସାହାଯ୍ୟ ହାତ ବଢାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ମହାମାରୀ ବିରୋଧରେ ଏହି ଯୁଦ୍ଧରେ ଭାରତକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ଭାରତକୁ ସାହାଯ୍ୟ କରିବା ପାଇଁ ରେମେଡେସଭିର ସମେତ ବିଭିନ୍ନ ଔଷଧ ପଠାଇବ ।

ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ରାଜ୍ୟଗୁଡିକ ନିକଟରେ ମୋଟ 1 କୋଟି ଟିକା ମହଜୁଦ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ସଂଖ୍ୟକ 10 ଲକ୍ଷ କରୋନା ଟିକା ରହିଛି । ସେହିପରି ମହାରାଷ୍ଟ୍ରରେ 9 ଲକ୍ଷ, ବିହାରରେ 7.50 ଲକ୍ଷ ଟିକା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Corona Update India. More than 3thousand Covid Patients Died in Last 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X