30 ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା, 132 ଦିନରେ ସର୍ବନିମ୍ନ ରେକର୍ଡ
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 29 ହଜାର 689 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 42 7ହଜାର 363 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ସଂକ୍ରମଣରେ ବୃଦ୍ଧି ପରେ ମଙ୍ଗଳବାର ଏହି ସଂଖ୍ୟାରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଏହି ସଂଖ୍ୟା 30 ହଜାରରୁ କମ୍ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 29 ହଜାର 689 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 42 7ହଜାର 363 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ, ଏହି ସମୟ ମଧ୍ୟରେ କରୋନା ହେତୁ 415 ଜଣ ଲୋକ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, 132 ଦିନ ପରେ ଦୈନିକ କରୋନା ସଂକ୍ରମଣ କ୍ଷେତ୍ରରେ ଏତେ ବଡ ହ୍ରାସ ପରିଲକ୍ଷିତ ହୋଇଛି ।
ଏଥି ସହିତ, ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେତୁ କରୋନାର ସକ୍ରିୟ କ୍ଷେତ୍ରରେ ମଧ୍ୟ ହ୍ରାସ ଘଟିଛି ଏବଂ ଏହି ସଂଖ୍ୟା 4 ଲକ୍ଷ ତଳକୁ ହ୍ରାସ ପାଇ 3 ଲକ୍ଷ 98 ହଜାର 100 ରେ ପହଞ୍ଚିଛି । 124 ଦିନ ପରେ କରୋନା ସକ୍ରିୟ ମାମଲାରେ ଏହି ହ୍ରାସ ଦେଖିବାକୁ ମିଳିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 3 କୋଟି 6 ଲକ୍ଷ 21 ହଜାର 469 ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଟୀକାକରଣ ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 44 କୋଟି 19 ଲକ୍ଷ 12 ହଜାର 395 ଡୋଜ ଟିକା ଦିଆଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ରୋଗୀଙ୍କର ସକରାତ୍ମକତା ହାର ମଧ୍ୟ ହ୍ରାସ ପାଇଛି ଏବଂ ବର୍ତ୍ତମାନ 1.73 ପ୍ରତିଶତ ରହିଛି । ଏହା ବ୍ୟତୀତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ 45 କୋଟି 91 ଲକ୍ଷ 64 ହଜାର 121 ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତ 24 ଘଣ୍ଟାରେ 17 ଲକ୍ଷ 20 ହଜାର 100 ନମୁନା ପରୀକ୍ଷା କରାଯାଇଛି ।












Click it and Unblock the Notifications