ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ 50,040 ନୂଆ କରୋନା ସଂକ୍ରମିତ, ସୁସ୍ଥ ହାର ହେଲା 96.75 %
ନୂଆ ମାମଲା ଚିହ୍ନଟ ହେବା ପରେ ବର୍ତ୍ତମାନ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 2 ଲକ୍ଷ 33 ହଜାର 183 କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା 3 ଲକ୍ଷ 95 ହଜାର 751 ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଗତି ମନ୍ଥର ହେବାରେ ଲାଗିଛି । ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 50 ହଜାର 40 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 1,258 ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ମାମଲା ଚିହ୍ନଟ ହେବା ପରେ ବର୍ତ୍ତମାନ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 2 ଲକ୍ଷ 33 ହଜାର 183 କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା 3 ଲକ୍ଷ 95 ହଜାର 751 ରେ ପହଞ୍ଚିଛି ।

ସେହିପରି 24 ଘଣ୍ଟା ମଧ୍ୟରେ 57 ହଜାର 944 ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ପରେ ମୋଟ ସୁସ୍ଥ ସଂଖ୍ୟା 2 କୋଟି 92 ଲକ୍ଷ 51 ହଜାର 29 କୁ ବୃଦ୍ଧି ପାଇଛି । ସୁସ୍ଥ ହାର ବୃଦ୍ଧି ହେବା ପରେ ସକ୍ରିୟ ମାମଲା 5 ଲକ୍ଷ 86 ହଜାର 403 ରହିଛି । ଏହା ସହିତ ଦେଶରେ ମୋଟ ସୁସ୍ଥ ହାର 96.75% କୁ ବୃଦ୍ଧି ପାଇଛି ।
କରୋନା ବିରୋଧରେ ଦେଶରେ ଚାଲିଥିବା ଟୀକାକରଣକୁ ଆହୁରି ତୀବ୍ର କରାଯାଉଛି । ଏପର୍ଯ୍ୟନ୍ତ ଦେଶରେ ମୋଟ 32 କୋଟି 17 ଲକ୍ଷ 60 ହଜାର 77 ଡୋଜ୍ ଟିକା ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ 64 ଲକ୍ଷ 25 ହଜାର 893 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications