ଅଢେଇ ଲକ୍ଷ ତଳକୁ ଖସିଲା କୋରନା ଆକ୍ରାନ୍ତଙ୍କ ସଂଖ୍ୟା, 24 ଘଣ୍ଟାରେ 2.11 ଲକ୍ଷ ମାମଲା ଏବଂ 2.83 ଲକ୍ଷ ସୁସ୍ଥ
ଗୁରୁବାର ପ୍ରକାଶ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 2, 11,298 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି ଏବଂ 3,847 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା କହର ଜାରି ରହିଛି । ଏଥି ମଧ୍ୟରେ ଆଶ୍ୱସ୍ତିଜନକ ଖବର ହେଉଛି ଦୈନିକ ସଂକ୍ରମଣରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି । ଗୁରୁବାର ପ୍ରକାଶ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 2, 11,298 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି ଏବଂ 3,847 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 73 ଲକ୍ଷ 69 ହଜାର 093 ରେ ପହଞ୍ଚିଛି । ଏହା ସହିତ ମୋଟ ମୃତକଙ୍କ ସଂଖ୍ୟା 3 ଲକ୍ଷ 15 ହଜାର 235 କୁ ବୃଦ୍ଧି ହୋଇଛି । ଗତ 24 ଘଣ୍ଟା ମଧ୍ୟରେ 2 ଲକ୍ଷ 83 ହଜାର 135 ଲୋକ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 24,19,907 ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା 6 ଟା ସୁଦ୍ଧା ସମୁଦାୟ 20, 26, 95, 874ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମଆର୍ ତଥ୍ୟ ଅନୁସାରେ 26 ତାରିଖ ସୁଦ୍ଧା ମୋଟ 33, 69, 69, 535 ନମୁନା ପରୀକ୍ଷା ସରିଛି । ଗତକାଲି 22, 57, 857 ଟି ନମୁନା ପରୀକ୍ଷା ହୋଇଛି ।












Click it and Unblock the Notifications