50 ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ସକ୍ରିୟ ମାମଲା 6 ଲକ୍ଷରୁ କମ୍

ଶନିବାର ଦିନ ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 48 ଜାର 698 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆଦିଲ୍ଲୀ : ତିନି ଦିନ ପରେ କରୋନା ସଂକ୍ରମଣ କ୍ଷେତ୍ରରେ ସାମାନ୍ୟ ଆରାମ ମିଳିଛି ଏବଂ ଦେଶରେ ପୁଣି ଥରେ ଦୈନିକ ସଂକ୍ରମଣ ସଂଖ୍ୟା 50 ହଜାର ତଳକୁ ଖସି ଆସିଛି । ଶନିବାର ଦିନ ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 48 ଜାର 698 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

corona-virus

ଏହା ସହିତ ଏହି ସମୟରେ 1183 ଜଣ ରୋଗୀଙ୍କ କରୋନାଜନିତ ମୃତ୍ୟୁ ହୋଇଛି । ଏପରପକ୍ଷରେ 24 ଘଣ୍ଟା ମଧ୍ୟରେ 64 ହଜାର 848 ଜଣ ସଂକ୍ରମିତ କୋରନାରୁ ସୁସ୍ଥ ହୋଇଛନ୍ତି ।

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟ 3 କୋଟି 1 ଲକ୍ଷ 83 ହଜାର 143 କୁ ବୃଦ୍ଧି ପାଇଛି ଏବଂ ସୁସ୍ଥଙ୍କ ସଂଖ୍ୟା 2 କୋଟି 91 ଲକ୍ଷ 93 ହଜାର 85 ରେ ପହଞ୍ଚିଛି ।

ତେବେ କୋରାନର ଦ୍ୱିତୀୟ ଲହର ସମୟରେ ସବୁଠାରୁ ଆଶ୍ୱସ୍ତିକର ଖବର ହେଉଛି ସୁସ୍ଥ ହାରରେ ବୃଦ୍ଧି ହେତୁ ସକ୍ରିୟ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କରୋନା ସକ୍ରିୟ ମାମଲା 5 ଲକ୍ଷ 95 ହଜାର 565 କୁ ହ୍ରାସ ପାଇଛି । ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 3 ଲକ୍ଷ 94 ହଜାର 493 ଲୋକ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+