ଗତ 24 ଘଣ୍ଟା ମଧ୍ୟରେ 51667 ନୂଆ ସଂକ୍ରମିତ ଚିହ୍ନଟ, 1329 ରୋଗୀଙ୍କ ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ 51 ହଜାର 667 ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁୟାୟୀ ଏହି ସମୟରେ 64 ହଜାର 527 ଜଣ ଲୋକ କରୋନାରୁ ସୁସ୍ଥ ହୋଇଥିବା ବେଳେ 1329 ଲୋକଙ୍କ କରୋନାଜନିତ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ କ୍ଷେତ୍ରରେ ହ୍ରାସ ଜାରି ରହିଛି । ନୂଆ ସଂକ୍ରମିତଙ୍କ ବିଷୟରେ କହିବାକୁ ଗଲେ, ଗତ 24 ଘଣ୍ଟା ମଧ୍ୟରେ 51 ହଜାର 667 ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁୟାୟୀ ଏହି ସମୟରେ 64 ହଜାର 527 ଜଣ ଲୋକ କରୋନାରୁ ସୁସ୍ଥ ହୋଇଥିବା ବେଳେ 1329 ଲୋକଙ୍କ କରୋନାଜନିତ ମୃତ୍ୟୁ ହୋଇଛି ।

corona-virus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 1 ଲକ୍ଷ 34 ହଜାର 445 କୁ ବୃଦ୍ଧି ପାଇଛି । ଅପରପକ୍ଷରେ 2 କୋଟି 91 ଲକ୍ଷ 28 ହଜାର 267 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ 3 ଲକ୍ଷ 93 ହଜାର 310 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ 6 ଲକ୍ଷ 12 ହଜାର 868 ଝଣ ସକ୍ରିୟ ରୋଗୀ ଅଛନ୍ତି । କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନ ଅଧିନରେ ଦେଶରେ ଟୀକାକରଣର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏପର୍ଯ୍ୟନ୍ତ 30 କୋଟି 79 ଲକ୍ଷ 48 ହଜାର 744 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+