ଆଜି ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା : ଗତ 24 ଘଣ୍ଚାରେ 54069 ନୂଆ ସଂକ୍ରମିତ, 1321 ରୋଗୀଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 54 ହଜାର 69 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ 1,321 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ 68 ହଜାର 885 ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଭାରତରେ ପୂର୍ବାପେକ୍ଷା କରୋନା ଭାଇରସର ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । କିନ୍ତୁ ଗୁରୁବାର (ଜୁନ୍ 24) ର ଆକଳନରେ ପୁନର୍ବାର ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 54 ହଜାର 69 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ 1,321 ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ 68 ହଜାର 885 ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ 6 ଲକ୍ଷ 27 ହଜାର 57 ସକ୍ରିୟ ମାମଲା ରହିଛି । ଏଯାବତ୍ ମୋଟ୍ 2 କୋଟି 90 ଲକ୍ଷ 63 ହଜାର 740 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ପଜିଟିଭ୍ ସଂଖ୍ୟା 3 କୋଟି 82 ହଜାର 778 କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ଦେଶରେ କରୋନା ସୁସ୍ଥ ବହାର ହାର 96.61 ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ସକରାତ୍ମକତା ହାର ପାଞ୍ଚ ପ୍ରତିଶତରୁ କମ୍ ହୋଇ 3.04 ପ୍ରତିଶତକୁ ରହିଛି । ଏଥି ସହିତ, ଦୈନିକ ସକରାତ୍ମକତା ହାର ହେଉଛି 2.92 ପ୍ରତିଶତ । ଗତ 17 ଦିନ ହେଲା ଦୈନିକ ସକରାତ୍ମକତା ହାର ପାଞ୍ଚ ପ୍ରତିଶତରୁ କମ୍ ରହିଛି ।
ଏହା ସହିତ ବର୍ତ୍ତମାନ ଦେଶରେ କରୋନା ଟୀକାକରଣ ସଂଖ୍ୟା 30 କୋଟି ଅତିକ୍ରମ କରିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଜି ସୁଦ୍ଧା ମୋଟ 30 କୋଟି 16 ଲକ୍ଷ 26 ହଜାର 28 ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 64 ଲକ୍ଷ 89 ହଜାର 599 ଡୋଜ ଟିକା ଦିଆଯାଇଛି ।












Click it and Unblock the Notifications