ତିନି କୋଟି ଅତିକ୍ରମ କଲା ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା, ଗତ 24 ଘଣ୍ଟା ମଧ୍ୟରେ 50848 ନୂଆ ରୋଗୀ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ସମୁଦାୟ 50 ହଜାର 848 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସଂକ୍ରମଣ ହେତୁ 1358 ଜଣଙ୍କର ପ୍ରାଣହାନୀ ହୋଇଛି ।
ନୂଆଦିଲ୍ଲୀ : ଦୈନିକ କରୋନା ଭାଇରସ ସଂକ୍ରମଣରେ ମଙ୍ଗଳବାର ଦିନ ହ୍ରାସ ପାଇବା ପରେ ବୁଧବାର ପୁଣି ଥରେ 50 ହଜାର ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ସମୁଦାୟ 50 ହଜାର 848 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସଂକ୍ରମଣ ହେତୁ 1358 ଜଣଙ୍କର ପ୍ରାଣହାନୀ ହୋଇଛି । ଯାହାକି ମଙ୍ଗଳବାର ଦିନ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 42 ହଜାର 640 ଏବଂ ମୃତ୍ୟୁ ସଂଖ୍ୟା 1167 ଥିଲା । ନୂଆ ରୋଗୀ ଚିହ୍ନଟ ହେବାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 3 କୋଟି 28 ହଜାର 709 କୁ ବୃଦ୍ଧି ପାଇଛି ।

ଅବଶ୍ୟ, ଏକ ବଡ କଥା ହେଉଛି ଦେଶରେ କରୋନା ସୁସ୍ଥଙ୍କ ହାରରେ କ୍ରମାଗତ ଭାବରେ ଉନ୍ନତି ହେଉଛି ଏବଂ ବର୍ତ୍ତମାନ ଏହା 96.56 ପ୍ରତିଶତକୁ ବୃଦ୍ଧି ପାଇଛି । ସୁସ୍ଥ ହାରରେ ବୃଦ୍ଧି ହେତୁ ବର୍ତ୍ତମାନ ଦେଶରେ କେବଳ 6 ଲକ୍ଷ 43 ହଜାର 194 ସକ୍ରିୟ ମାମଲା ରହିଛି । ଯାହା ଗତ 82 ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହା ସହିତ ଦେଶରେ କରୋନା ଭାଇରସର ପଜିଟିଭିଟି ହାର ମଧ୍ୟ ହ୍ରାସ ପାଉଛି, ଯାହା ବର୍ତ୍ତମାନ 2.67 ପ୍ରତିଶତ ରହିଛି । ତେବେ ଦ୍ୱିତୀୟ ସହରର ପ୍ରକୋପ କମିଯାଇଥିଲେ ମଧ୍ୟ ଲୋକମାନେ କୋଭିଡ ପ୍ରୋଟୋକଲକୁ ଅନୁସରଣ କରିବାରେ ଅବହେଳା କରିବା ଉଚିତ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ପାଇବା ମଧ୍ୟରେ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟ ବଢିବାରେ ଲାଗିଛି । କରୋନା ଭାଇରସର ନୂଆ ଭାରିଆଣ୍ଟ ଡେଲଟା ପ୍ଲସ୍ ଏକ ବଡ଼ ବିପଦ ଭାବରେ ଦେଖାଦଏଇପାରେ ବୋଲି ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତ ସମେତ ବିଶ୍ୱର 80 ଟି ଦେଶରେ କରୋନାର ଡେଲଟା ଭାରିଆଣ୍ଟ ଦେଖିବାକୁ ମିଳିଛି । କରୋନାର ଏହି ଭାରିଆଣ୍ଟ ବଡ଼ ଚିନ୍ତାର ବିଷୟ । ଏହା ବ୍ୟତୀତ ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ସ୍ୱିଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ, ଚୀନ୍ ଏବଂ ରୁଷ ଭଳି 9 ଟି ଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ ଡେଲଟା ପ୍ଲସ୍ ଭାରିଆଣ୍ଟର 22 ଟି ମାମଲା ସାମ୍ନାକୁ ଆସିଛି ।












Click it and Unblock the Notifications