ଅଢେଇ ଲକ୍ଷ ତଳକୁ ଖସିଲା କୋରନା ଆକ୍ରାନ୍ତଙ୍କ ସଂଖ୍ୟା, 24 ଘଣ୍ଟାରେ 2.40 ଲକ୍ଷ ସଂକ୍ରମିତ ଚିହ୍ନଟ
ରବିବାର ପ୍ରକାଶ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 2,40,842 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି ଏବଂ 3,741 ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା କହର ଜାରି ରହିଛି । ଏଥି ମଧ୍ୟରେ ଆଶ୍ୱସ୍ତିଜନକ ଖବର ହେଉଛି ଦୈନିକ ସଂକ୍ରମଣରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି । ରବିବାର ପ୍ରକାଶ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 2,40,842 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି ଏବଂ 3,741 ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 65 ଲକ୍ଷ 30 ହଜାର 132 ରେ ପହଞ୍ଚିଛି । ଏହା ସହିତ ମୋଟ ମୃତକଙ୍କ ସଂଖ୍ୟା 2 ଲକ୍ଷ 99 ହଜାର 266 କୁ ବୃଦ୍ଧି ହୋଇଛି । ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 55 ହଜାର 102 ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଦେଶରେ ମୋଟ ସକ୍ରିୟ ମାମଲା 28,05,399 ରହିଛି । କୋରାନ ମହାମାରୀ ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ 19 କୋଟି 50 ଲକ୍ଷ 4 ହଜାର 184 ଲୋକଙ୍କୁ ଟୀକାକରଣ କରାଯାଇଛି ।

ଶନିବାର ଦିନ ଭାରତରେ କରୋନା ଭାଇରସ ଟେଷ୍ଟିଂ ପାଇଁ 21 ଲକ୍ଷ 23 ହଜାର 782 ନମୁନା ପରୀକ୍ଷା କରାଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ମୋଟ 32 କୋଟି 86 ଲକ୍ଷ 7 ହଜାର 937 ନମୁନା ପରୀକ୍ଷା କରାଯାଇଛି । ଭାରତୀୟ ସୂଚନା ପରିଷଦ ଦ୍ୱାରା ରବିବାର ଏହି ସୂଚନା ଦିଆଯାଇଛି ।
ସଂକ୍ରମଣର ଅଧା କେବଳ ଭାରତରୁ : WHO
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଗତ ଏକ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣର ଅଧା ମାମଲା କେବଳ ଭାରତରୁ ଆସିଛି । WHO ଏହା ମଧ୍ୟ କହିଛି ଯେ ବିଶ୍ୱରେ କରୋନା ମୃତ୍ୟୁର 25 ପ୍ରତିଶତ କେବଳ ଭାରତରୁ ଆସିଛି ।












Click it and Unblock the Notifications