50 ହଜାର ତଳକୁ ଖସିଲା କରୋନା ସଂକ୍ରମଣ ମାମଲା, 24 ଘଣ୍ଟାରେ 42640 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ 42 ହଜାର 640 ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ 91 ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ସେହିପରି କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଉଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ପୂର୍ବାପେକ୍ଷା ଦ୍ରିୁତ ଗତିରେ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 42 ହଜାର 640 ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ 91 ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ସେହିପରି କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଉଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ 81 ହଜାର 839 ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ 1167 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣର ମୋଟ ମାମଲା ବିଷୟରେ କହିବାକୁ ଗଲେ ଏହି ସଂଖ୍ୟା 2 କୋଟି 99 ଲକ୍ଷ 77 ହଜାର 861 ରେ ପହଞ୍ଚିଥିବାବେଳେ ଏଥିରୁ 2 କୋଟି 89 ଲକ୍ଷ 26 ହଜାର 38 ଜଣ ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

corona-virus

ଅପରପକ୍ଷରେ କରୋନା ଯୋଗୁଁ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ହାନୀ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଏଯାବତ୍ କରୋନା ଯୋଗୁଁ 3 ଲକ୍ଷ 89 ହଜାର 302 ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଦେଶରେ 6 ଲକ୍ଷ 62 ହଜାର 521 ସକ୍ରିୟ କରୋନା ମାମଲା ରହିଛି ।

କରୋନାକୁ ପ୍ରତିହତ କରିବା ନେଇ ଏହା ବିରୋଧରେ ଟୀକାକରଣ ଜାରି ରହିଛି । ଜୁନ୍ 21 ରେ ଦେଶରେ ସର୍ବାଧିକ 85 ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 28 କୋଟି 87 ଲକ୍ଷ 66 ହଜାର 201 ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ 86 ଲକ୍ଷ 16 ହଜାର 373 ଲୋକଙ୍କୁ କରୋନା ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+