For Quick Alerts
Turn On Notification  
For Daily Alerts
Oneindia App Download

କରୋନା ସଂକ୍ରମଣରେ 88 ଦିନରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ : ଗତ 24 ଘଣ୍ଟାରେ 53256 ନୂଆ ମାମଲା

ଗତ 88 ଦିନ ମଧ୍ୟରେ, ଗତ 24 ଘଣ୍ଟା ମଧ୍ୟରେ ସର୍ବନିମ୍ନ ମାମଲା ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 53 ହଜାର 256 ଜଣ ନୂଆ ସଂକତ୍ରମିତ ଚିହ୍ନଟ ହୋଇଛନ୍ତି ।

|

ନୂଆଦିଲ୍ଲୀ : ଦେଶରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । ଗତ 88 ଦିନ ମଧ୍ୟରେ, ଗତ 24 ଘଣ୍ଟା ମଧ୍ୟରେ ସର୍ବନିମ୍ନ ମାମଲା ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 53 ହଜାର 256 ଜଣ ନୂଆ ସଂକତ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 78 ହଜାର 190 ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ 1422 ଜଣଙ୍କର ମୃତ୍ୟୁ ହୋଇଛି ।

corona-virus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 99 ଲକ୍ଷ 35 ହଜାର 221 ରେ ପହଞ୍ଚିଥିବାବେଳେ କରୋନାରୁ ସୁସ୍ଥ ହେବା ପରେ ଏପର୍ଯ୍ୟନ୍ତ 2 କୋଟି 88 ଲକ୍ଷ 44 ହଜାର 199 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଅପରପକ୍ଷରେ ମୋଟ 3 ଲକ୍ଷ 88 ହଜାର 135 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ 7 ଲକ୍ଷ 2 ହଜାର 887 ସକ୍ରିୟ କରୋନା ମାମଲା ରହିଛି ।

ଏହା ସହିତ କରୋନା ବିରୋଧରେ ସାରା ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ବର୍ତ୍ତମାନ ପର୍ଯ୍ୟନ୍ତ 28 କୋଟି 36 ହଜାର 898 ଡୋଜ୍ କରୋନା ଦିଆଯାଇଛି ।

ଲଗାତାର 39 ଦିନ ହେବ କରୋନା ସୁସ୍ଥ ହାରରେ ବୃଦ୍ଧି ପାଉଛି । ଏହା ସହିତ ଦେଶରେ କରୋନା ପରୀକ୍ଷଣର ଗତି ମଧ୍ୟ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର 39 କୋଟିରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ, 14 ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ପାଇଁ ପରୀକ୍ଷା କରାଯାଇଛି, ଯେଉଁଥିରେ ସକରାତ୍ମକତା ହାର ପ୍ରାୟ 3 ପ୍ରତିଶତ ରହିଛି । ଦେଶରେ କରୋନାରୁ ମୃତ୍ୟୁ ହାର 1.29 ପ୍ରତିଶତ ଥିବାବେଳେ ସୁସ୍ଥ ହାର ରହିଛି 96 ପ୍ରତିଶତରୁ ଅଧିକ । ସକ୍ରିୟ ମାମଲାରେ ମଧ୍ୟ ତିନି ପ୍ରତିଶତ ହ୍ରାସ ଘଟିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Reports lowest positive case in last 88 days. 53256 people tested covid positive in last 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X