ଗତ 24 ଘଣ୍ଟା ମଧ୍ୟରେ 2.59 ଲକ୍ଷ ସଂକ୍ରମିତ ଚିହ୍ନଟ, 4209 ଜଣଙ୍କର ମୃତ୍ୟୁ

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ 2 ଲକ୍ଷ 59 ହଜାର 591 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 3 ଲକ୍ଷ 57 ହଜାର 295 ରୋଗୀ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ କରୋନାଜନିତ ମୃତ୍ୟୁ ସଂଖ୍ୟାରେ କୌଣସି ପ୍ରକାରେ ହ୍ରାସ ହେଉନାହିଁ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁଁ 4209 ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଦିନ କରୋନାରୁ ମୃତ୍ୟୁ ସଂଖ୍ୟା 4 ହଜାରରୁ କମ୍ ଥିଲା, କିନ୍ତୁ ଗୋଟିଏ ଦିନ ପରେ ଏହି ସଂଖ୍ୟା ପୁଣି ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ 2 ଲକ୍ଷ 59 ହଜାର 591 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 3 ଲକ୍ଷ 57 ହଜାର 295 ରୋଗୀ ସୁସ୍ଥ ହୋଇଛନ୍ତି ।

corona-virus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 60 ଲକ୍ଷ 31 ହଜାର 991 କୁ ବୃଦ୍ଧି ପାଇଛି ଏବଂ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 27 ଲକ୍ଷ 12 ହଜାର 735 ରେ ପହଞ୍ଚିଛି । ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ 2 ଲକ୍ଷ 91 ହଜାର 331 ଜଣ ପ୍ରାଣ ହାରଇଛନ୍ତି । କରୋନା ଜୀବାଣୁରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 30 ଲକ୍ଷ 27 ହଜାର 925 କୁ ଖସି ଆସିଛି । ଏଥି ସହିତ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 19 କୋଟି 18 ଲକ୍ଷ 79 ହଜାର 503 ଡୋଜ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+