କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ, ଗତ 24 ଘଣ୍ଚାରେ 30093 ନୂଆ ସଂକ୍ରମିତ, 374 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାର 93 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକି ଗତ 125 ଦିନରେ ସର୍ବନିମ୍ନ । ଏଥିସହିତ ଏହି ସମୟରେ କରୋନା କାରଣରୁ 374 ଜଣଙ୍କର ପ୍ରାଣହାନୀ ହୋଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ତୃତୀୟ ଲହରର ଆଶଙ୍କା ମଧ୍ୟରେ ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଥିବା ପରିଲକ୍ଷିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାର 93 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକି ଗତ 125 ଦିନରେ ସର୍ବନିମ୍ନ । ଏଥିସହିତ ଏହି ସମୟରେ କରୋନା କାରଣରୁ 374 ଜଣଙ୍କର ପ୍ରାଣହାନୀ ହୋଇଛି ।

ଅପରପକ୍ଷରେ ଗତ 24 ଘଣ୍ଟାରେ 45 ହଜାର 254 ଜଣ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 11 ଲକ୍ଷ 74 ହଜାର 322 କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 3 କୋଟି 3 ଲକ୍ଷ 53 ହଜାର 710 ରେ ପହଞ୍ଚିଛି ।
ଏଥିସହ ରିକଭରୀ ହାର ମଧ୍ୟ 97.37 ପ୍ରତିଶତ ହୋଇଛି । ସପ୍ତାହାନ୍ତ ପଜିଟିଭିଟି ହାର 5 ପ୍ରତିଶତରୁ 2.06 ପ୍ରତିଶତକୁ ଖସିଛି । ସେହିପରି ଦେଶରେ ଗତ 24 ଘଣ୍ଟା ଭିତରେ 17 ଲକ୍ଷ 92 ହଜାର 336 ସାମ୍ପଲ ଟେଷ୍ଟ କରାଯାଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ 44 କୋଟି 73 ଲକ୍ଷ 41 ହଜାର 133 ସାମ୍ପଲ ଟେଷ୍ଟ କରାଯାଇଛି ।












Click it and Unblock the Notifications