ଭାରତରେ 24 ଘଣ୍ଟାରେ 3,874 ଲୋକଙ୍କର କରୋନାଜନିତ ମୃତ୍ୟୁ, ଚିହ୍ନଟ ହେଲେ 2.76 ଲକ୍ଷ ନୂଆ ସଂକ୍ରମିତ

ଗୁରୁବାର (ମେ 20)ରେ ପ୍ରକାଶିତ ତଥ୍ୟ ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 3,874 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । 2 ଲକ୍ଷ 76 ହଜାର 70 ଜଣ ନୂଆ କରୋନା ସଂକ୍ରଂମିତ ଚିହ୍ନଟ ହୋଇଛନ୍ତି ଏବଂ 3 ଲକ୍ଷ 69 ହଜାର 77 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି । ଯଦିଓ ଦୈନିକ ସଂକ୍ରମଣ ହାରରେ କିଛିଟା ହ୍ରାସ ହୋଇଥିବା ପରିଲକ୍ଷିତ ହୋଇଛି, କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ହ୍ରାସ ହୋଇନାହିଁ । ଗୁରୁବାର (ମେ 20)ରେ ପ୍ରକାଶିତ ତଥ୍ୟ ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 3,874 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହି ଅବଧି ମଧ୍ୟରେ 2 ଲକ୍ଷ 76 ହଜାର 70 ଜଣ ନୂଆ କରୋନା ସଂକ୍ରଂମିତ ଚିହ୍ନଟ ହୋଇଛନ୍ତି ଏବଂ 3 ଲକ୍ଷ 69 ହଜାର 77 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଭାରତରେ କୋଭିଡ -19 ରୁ 2 ଲକ୍ଷ 87 ହଜାର 122 ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ନୂଆ ମାମଲା ଚିହ୍ନଟ ହେବା ପରେ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା 31 ଲକ୍ଷ 29 ହଜାର 878 ରହିଛି । ଏଥିସହିତ ମୋଟ 2କୋଟି 23 ଲକ୍ଷ 55 ହଜାର 440 ଜଣ ସୁସ୍ଥ ହୋଇଛନ୍ତି ।

corona-virus

ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା 2କୋଟି 57 ଲକ୍ଷ 72 ହଜାର 400ରେ ପହଞ୍ଚିଛି । ସାରା ଦେଶରେ ଚାଲିଥିବା କରୋନା ଟୀକାକରଣ ଅଧିନରେ ଏପର୍ଯ୍ୟନ୍ତ 18 କୋଟି 70 ଲକ୍ଷ 9 ହଜାର 792 ଲୋକଙ୍କୁ ଟିକା ଦିଆଯାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋଭିଡ -19 ର ମୋଟ 32,23,56,187 ନମୁନା ପରୀକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+