ଚାରି ଲକ୍ଷ ଟପିଲା ଭାରତରେ କରୋନା ମୃତ୍ୟୁ ସଂଖ୍ୟା, ଗତ 24 ଘଣ୍ଟା ମଧ୍ୟରେ 46,617 ନୂଆ ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46 ହଜାର 617 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ସହ 853 ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏଥି ସହିତ ଏହି ସମୟରେ 59 ହଜାର 384 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ହ୍ରାସ ପାଉଥିବା ବେଳେ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46 ହଜାର 617 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ସହ 853 ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏଥି ସହିତ ଏହି ସମୟରେ 59 ହଜାର 384 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଆଜି ନୂଆ ମୃତ୍ୟୁ ପରେ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 312 କୁ ବୃଦ୍ଧି ପାଇଛି । ଭାରତ ହେଉଛି ବିଶ୍ୱର ତୃତୀୟ ଦେଶ, ଯେଉଁଠାରେ କରୋନା ଯୋଗୁଁ 4 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ନୂଆ କରୋନା ରୋଗୀଙ୍କୁ ମିଶାଇଲେ ଦେଶରେ ଏଯାବତ୍ ମୋଟ 3 କୋଟି 4 ଲକ୍ଷ 58 ହଜାର 251ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ 5 ଲକ୍ଷ 9 ହଜାର 637 ଟି ସକ୍ରିୟ ମାମଲା ରହିଛି । ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ 2କୋଟି 5 ଲକ୍ଷ 48 ହଜାର 302 ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଜାନୁଆରୀ 16 ରୁ ଆରମ୍ଭ ହୋଇଥିବା ଟୀକାକଣ ଅଭିଯାନ ଅଧିନରେ ଦେଶରେ ମୋଟ 34 କୋଟି 76 ହଜାର 232 ଡୋଜ୍ ଟିକା ଦିଆଯାଇଛି ।
4 ଲକ୍ଷ ମୃତ୍ୟୁରେ ଭାରତ ବିଶ୍ୱର ତୃତୀୟ ଦେଶ
ଆମେରିକା ଏବଂ ବ୍ରାଜିଲ ପରେ 4 ଲକ୍ଷରୁ ଅଧିକ କରୋନା ମୃତ୍ୟୁ ଖବର ଦେଇଥିବା ଭାରତ ହେଉଛି ବିଶ୍ୱର ତୃତୀୟ ଦେଶ । ଏହି ତିନୋଟି ଦେଶ ବ୍ୟତୀତ ମେକ୍ସିକୋ ହେଉଛି ଏକମାତ୍ର ଦେଶ ଯେଉଁଠାରେ କରୋନା କାରଣରୁ 2 ଲକ୍ଷ ମୃତ୍ୟୁ ହୋଇଛି । ଆମେରିକାରେ କରୋନା କାରଣରୁ ଏପର୍ଯ୍ୟନ୍ତ 6 ଲକ୍ଷ ଲୋକଙ୍କର ପ୍ରାଣହାନୀ ହୋଇଛି । ଏଥି ସହିତ ବ୍ରାଜିଲରେ 5ଲକ୍ଷ 20 ହଜାର ଲୋକଙ୍କର ପ୍ରାଣ ନେଇଛି କରୋନା ମହାମାରୀ । ଭାରତରେ କରୋନା ଯୋଗୁଁ 4 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ମେକ୍ସିକୋରେ 2.3 ଲକ୍ଷ ଲୋକ ଏବଂ ପେରୁରେ 1.9 ଲକ୍ଷ ଲୋକ କରୋନା କାରଣରୁ ପ୍ରାଣ ହରାଇଛନ୍ତି ।












Click it and Unblock the Notifications