ହ୍ରାସ ପାଉନାହିଁ କରୋନା ବିପଦ, ଗତ 24 ଘଣ୍ଟା ମଧ୍ୟରେ 36401 ନୂତନ ମାମଲା, 530 ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ 36 ହଜାର 401 ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ 39 ହଜାର 157 ଜଣ ଲୋକ କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।
ନୂଆଦିଲ୍ଲୀ : ଭାରତରେ କରୋନା ବିପଦ ଏବେ ବି କମିବାର ନାଁ ନେଉନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 36 ହଜାର 401 ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ 39 ହଜାର 157 ଜଣ ଲୋକ କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ଅପରପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ କରୋନାରୁ 530 ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା 4 ଲକ୍ଷ 33 ହଜାର 49 ରେ ପହଞ୍ଚିଛି ।
ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 23 ଲକ୍ଷ 22 ହଜାର 258 ରେ ପହଞ୍ଚିଛି । ସେହିପରି ଏଯାବତ୍ ମୋଟ 3 କୋଟି 15 ଲକ୍ଷ 25 ହଜାର 80 କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ଭାରତରେ 3 ଲକ୍ଷ 64 ହଜାର 129 ସକ୍ରିୟ କରୋନା ମାମଲା ରହିଛି, ଯାହା ଗତ 149 ଦିନରେ ସର୍ବନିମ୍ନ ରେକର୍ଡ ହୋଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଲୋକଙ୍କୁ 56,64,88,433 ଡୋଜ କରୋନା ଟିକା ଦିଆଯାଇଛି । ବୁଧବାର 5636336 ଡୋଜ୍ କରୋନା ଟିକା ଦିଆଯାଇଛି ।












Click it and Unblock the Notifications