କମିବାର ନାଁ ନେଉନି କରୋନା ସଂକ୍ରମଣ : ଗତ 24 ଘଣ୍ଟାରେ 38164 ନୂଆ ସଂକ୍ରମିତ ଚିହ୍ନଟ, 499 ଜଣଙ୍କ ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଭାରତରେ 38,164 ଟି ନୂଆ କରୋନା ମାମଲା ରୁଜୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 38 ହଜାର 660 ଜଣ କରୋନା ରୋଗୀ ଆରୋଗ୍ୟ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।
ନୂଆଦିଲ୍ଲୀ : ଗତ 24 ଘଣ୍ଟା ମଧ୍ୟରେ ଭାରତରେ 38,164 ଟି ନୂଆ କରୋନା ମାମଲା ରୁଜୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 38 ହଜାର 660 ଜଣ କରୋନା ରୋଗୀ ଆରୋଗ୍ୟ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏଥିସହ 499 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ 3 କୋଟି 11 ଲକ୍ଷ 44 ହଜାର 229 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେଥିମଧ୍ୟରୁ 3 କୋଟି 3 ଲକ୍ଷ 8 ହଜାର 456 ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ ଭାରତରେ ବର୍ତ୍ତମାନ 4 ଲକ୍ଷ 21 ହଜାର 665 ଜଣ ସକ୍ରିୟ ରୋଗୀ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ଦେଶରେ କରୋନା କାରଣରୁ ମୋଟ 4 ଲକ୍ଷ 14 ହଜାର 108 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ କରୋନା ଟୀକାକରଣ ବିଷୟରେ କହିବାକୁ ଗଲେ ସମୁଦାୟ 40,64,81,493 ଡୋଜ୍ କରୋନା ଦିଆଯାଇଛି ।
ଆଇସିଏମଆର ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ସମୁଦାୟ 44 କୋଟି 54 ଲକ୍ଷ 22 ହଜାର 256 ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ରବିବାର ଦିନ 14 ଲକ୍ଷ 63 ହଜାର 593 ନମୁନା ପରୀକ୍ଷା କରାଯାଇଛି ।












Click it and Unblock the Notifications