ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ : ଗତ 24 ଘଣ୍ଟା ମଧ୍ୟରେ 60,753 ନୂଆ ମାମଲା, 1647 ଜଣଙ୍କର ମୃତ୍ୟୁ

ଜୁନ୍ 19 ରେ ଦେଶରେ କୋଭିଡ -19 ର 60 ହଜାର 753 ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗତ 24 ଘଣ୍ଟା ମଧ୍ୟରେ 1,647 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ସମୟ ମଧ୍ୟରେ 97 ହଜାର 743 ଲୋକ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଧିରେ ଧରେ ହ୍ରାସ ପାଇବାଲେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜୁନ୍ 19 ରେ ଦେଶରେ କୋଭିଡ -19 ର 60 ହଜାର 753 ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗତ 24 ଘଣ୍ଟା ମଧ୍ୟରେ 1,647 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ସମୟ ମଧ୍ୟରେ 97 ହଜାର 743 ଲୋକ ସୁସ୍ଥ ହୋଇଛନ୍ତି ।

corona-virus

ଦେଶରେ ବର୍ତ୍ତମାନ ମୋଟ 7 ଲକ୍ଷ 60 ହଜାର 19 ଜଣ ସକ୍ରିୟ ରୋଗୀ ଅଛନ୍ତି । ଯାହାକି 74 ଦିନରେ ସର୍ବନିମ୍ନ । ଏଯାବତ୍ ଦେଶରେ କରୋନା ଯୋଗୁଁ 3 ଲକ୍ଷ 85 ହଜାର 137 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମୋଟ 2 କୋଟି 86 ଲକ୍ଷ 78 ହଜାର 390 ଲୋକ ସୁସ୍ଥ ହୋଇଛନ୍ତି । ଏଥି ସହିତ ନୂଆ ସଂକ୍ରମିତ ଚିହ୍ନଟ ହେବାପରେ ଏହି ସଂଖ୍ୟା 2 କୋଟି 98 ଲକ୍ଷ 23 ହଜାର 546 କୁ ବୃଦ୍ଧି ପାଇଛି ।

ଅପରପକ୍ଷରେ ଦେଶରେ କରୋନା ସୁସ୍ଥ ହାର 96.16% କୁ ବୃଦ୍ଧି ପାଇଛି । ଏଥି ସହିତ, କୋଭିଡ -19 ଦୈନିକ ସକରାତ୍ମକତା ହାର 2.98% ରହିଛି । ଟୀକାକରଣ ବିଷୟରେ କହିବାକୁ ଗଲେ, ଗତ 24 ଘଣ୍ଟା ମଧ୍ୟରେ 33 ଲକ୍ଷ 85 ଡୋଜ କରୋନା ଟିକା ଦିଆଯାଇଛି । ଏଥି ସହିତ, ଜାନୁଆରୀ 16 ରୁ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 27 କୋଟି 23 ଲକ୍ଷ 88 ହଜାର 783 ଡୋଜ୍ ଟୀକାକରଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+